ରାଉରକେଲା ବସ ଷ୍ଟାଣ୍ଡରେ ଚୋରା ଗଞ୍ଜେଇ ଚାଲାଣ ରାକେଟ ସକ୍ରିୟ।। ୧୨ ଘଣ୍ଟାରେ ୩ ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ।

0 673

ରାଉରକେଲା ବସ ଷ୍ଟାଣ୍ଡ ଏବେ ଚୋରା ଗଞ୍ଜେଇ ଚାଲାଣ ର ପେଣ୍ଠସ୍ଥଳ ପାଲିଟିଛି। ୧୨ ଘଣ୍ଟା ମଧ୍ୟରେ ବସ ଷ୍ଟାଣ୍ଡ ରୁ ୩ ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରାଯାଇଛି।

ଅବଶ୍ୟ ଏ ବାବଦରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି। ପୂର୍ବରୁ ବସ ଯୋଗେ ଝାରଖଣ୍ଡ କୁ ଗଞ୍ଜେଇ ଚାଲାଣ ରାଉରକେଲା ବସ ଷ୍ଟାଣ୍ଡ ରୁ ହେଉଥିବା ଜଣା ପଡିବା ପରେ ପୋଲିସ ସକ୍ରିୟ ହୋଇଯାଇଥିଲା। ସମସ୍ତ ସଂଦ୍ଗିଧ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିବାକୁ ପୋଲିସ ବସ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଆଜି ସକାଳେ ପ୍ରଥମେ ଗୋଟିଏ ଘରୋଇ ବସ ନିକଟରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଠାବ କରା ଯାଇଥିଲା। ଏହାର ତଦନ୍ତ ଚାଲୁଥିବା ବେଳେ କିଛି ସମୟ ପରେ ଅନ୍ୟ ଏକ ବସ ନିକଟରୁ ଆଉ ଏକ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଥିଲା। ଗତକାଲି ସନ୍ଧ୍ୟାରେ ମଧ୍ୟ ଏକ ଘରୋଇ ବସ ରେ ଗଞ୍ଜେଇ ଭର୍ତ୍ତି ବ୍ୟାଗ ନେଇ ଦୁଇଜଣ ଚଢିଥିଲେ। ବସ କର୍ମଚାରୀଙ୍କ ସନ୍ଦେହ ହେବାରୁ ଯାଞ୍ଚ ବେଳେ ବ୍ୟାଗରେ ଗଞ୍ଜେଇ ଥିବା ଜଣା ପଡିଥିଲା। କିନ୍ତୁ ଘଟଣା ସ୍ଥଳରୁ ଦୁଇ ଗଞ୍ଜେଇ ଚାଲାଣକାରୀ ଫେରାର ହୋଇଯାଇଥିଲେ। ଏବେ ପୋଲିସ ଏହି ସବୁ ମାମଲାର ତଦନ୍ତ କରୁଛି। ତେବେ ନିୟମିତ ଭାବେ ରାଉରକେଲା ବସ ଷ୍ଟାଣ୍ଡରୁ ବସ ଯୋଗେ ଗଞ୍ଜେଇ ଚାଲାଣ ଚିନ୍ତାର ବିଷୟ ହୋଇଛି।

Leave A Reply

Your email address will not be published.