ବଣାଇରେ ମହିଳା ମାନଙ୍କୁ ଆତ୍ମରକ୍ଷା ସମ୍ବଧିୟ କୌଶଳ ପ୍ରଶିକ୍ଷଣ।। କରାଟେ ଡୁ ସଂଘ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

0 387

ଆଜି ବଣାଇ କରାଟେ ଡୁ ସଂଘ ତରଫରୁ ଆତ୍ମରକ୍ଷା ସମ୍ବଧିୟ ଏକ ଶିବିର ଅନୁଷ୍ଠିତ ହୋଇଯାଇଛ। ମହିଳା ମାନେ କିପରି ଆତ୍ମରକ୍ଷା କରିପାରିବା କୌଶଳ ଅପଣାଇ ପାରିବେ ସେ ବାବଦରେ ଟ୍ରେନିଂ ଦିଆଯାଇଥିଲା।

ଏହି ଶିବିରରେ ଆଖପାଖ ଅଞ୍ଚଳରୁ ବହୁ ବାଳିକା ଏବଂ ମହିଳା ମାନେ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ବଣାଇ କରାଟେ ସ୍କୁଲ ର ପ୍ରଶିକ୍ଷକ ତଥା ଜାତୀୟ କୋଚ ବିଶ୍ୱଜିତ୍ ବାରିକ ଆତ୍ମରକ୍ଷା ର ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେଇଥିଲେ । ବଣାଇ ସେଣ୍ଟ ଜାଭିୟର୍ସ ସ୍କୁଲ ର ନିର୍ଦ୍ଦେଶକ ରାଜୁ ପୃଷେଠ ,ବଣାଇ କରାଟେ ସ୍କୁଲ ର ସଭାପତି ବିଷ୍ଣୁ ଚରଣ ବାରିକ, ଶ୍ରୀ ଅରବିନ୍ଦ ସ୍କୁଲ ର ଅଧ୍ୟକ୍ଷ ବଳଦେବ ମହାନ୍ତି , ସେଣ୍ଟ ଜାଭିୟର୍ସ ସ୍କୁଲ ର ଅଧ୍ୟକ୍ଷ ସସ୍ମିତା ଚୌଧୁରୀ , ସେମ୍ରୋକ ସ୍କୁଲ ର ଅଧ୍ୟକ୍ଷ ଛବିତା ରାଉତ ,ଉପଦେଷ୍ଟା ଜେନାମଣି ବେହେରା,ଯୁଗଳ କିଶୋର ବେହେରା , ବିଜୟ ସାହୁ ଅତିଥି ଭାବେ ଯୋଗ ଦେଇ ଆତ୍ମ ସୁରକ୍ଷା ବାବଦରେ ନିଜ ବ୍ୟକ୍ତବ୍ୟ ରଖିଥିଲେ। ମହିଳା ମାନେ କିପରି ନିଜ ସୁରକ୍ଷା ନିଜେ କରିପାରିବେ ସେ ସମ୍ବଧରେ ବିଭିନ୍ନ ପ୍ରକାର କୌଶଳର ପ୍ରଶିକ୍ଷଣ ଦିଆଯାଇଥିଲା।

Leave A Reply

Your email address will not be published.