ବସକୁ ୩ ଲକ୍ଷ ୭୦ ହଜାର ଟଙ୍କା ଜରିମାନା।। ଜରିମାନା ସହ ବସ ଜବତ କଲେ ସୁନ୍ଦରଗଡ଼ ପରିବହନ ବିଭାଗ।

0 539

ବସ କୁ ଲାଗିଲା ୨ ଲକ୍ଷ ୭୦ ହଜାର ଟଙ୍କା ଫାଇନ। ଏହି ଜରିମାନା ଲାଗୁ କରିଛନ୍ତି ସୁନ୍ଦରଗଡ଼ ପରିବହନ ବିଭାଗ। ଝାରଖଣ୍ଡ କୁ ବାହାଘର ବରାତ୍ ନେଇ ଯାଇ ଫେରୁଥିବା ବେଳେ ପରିବହନ ବିଭାଗ ଯାଞ୍ଚ ରେ ଧରା ପଡି ୩ ଲକ୍ଷ ୭୦ ହଜାର ଟଙ୍କା ର ଫାଇନ ହୋଇଛି ବରଗଡ଼ ର ଏକ ଘୋରୋଇ ବସକୁ ।

ସୂଚନା ଅନୁସାରେ ସୁନ୍ଦରଗଡ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକଟର ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ କରୁଥିଲେ। ରାତି ପ୍ରାୟ ୧୧ଟା ବେଳେ ଦେବଗଡ଼ ରୁ ଝାରଖଣ୍ଡ ବରାତି ଯାଇ ଫେରୁଥିବା ବେଳେ କ୍ରୀଷ୍ଣାଜୀ ନାମକ ଯାତ୍ରୀବାହି ବସ କୁ ଅଟକାଇ ଯାଞ୍ଚ କରାଯାଇଥିଲା। ବସ ର ଇନ୍ସୁରାନ୍ସ , ଫିଟନେସ, ପ୍ରଦୂଷଣ ଏବଂ ଟ୍ୟାକ୍ସ ପୈଠ କରିଥିବା କିଛି କାଗଜ ପତ୍ର ନଥିଲା। ଏପରିକି ବସ ଟି ଅଫ ରୋଡ଼ ଥିବା ଜଣାପଡିଥିଲା । ଯାଞ୍ଚ ପରେ ବସକୁ ଜବତ କରାଯିବା ସହ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ କରାଯାଇଛି ।

Leave A Reply

Your email address will not be published.