ସୁନ୍ଦରଗଡ଼ , ରାଜଗାଙ୍ଗପୁର , ବିରମିତ୍ରପୁର ପୋୖର ପ୍ରତିନିଧିମାନଙ୍କ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇଙ୍କ ସହ ଆଲୋଚନା।। ଭୁବନେଶ୍ୱରରେ କଲେ ସାକ୍ଷାତ ଆଲୋଚନା ।
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର , ବିରମିତ୍ରପୁର , ସୁନ୍ଦରଗଡ଼ ପୌରପାଳିକା ର ନବନିର୍ବାଚିତ ଅଧ୍ୟକ୍ଷ , ଉପାଧ୍ୟକ୍ଷ ଏବଂ କାଉନସିଲର ମାନେ ଆଜି ଭୁବନେଶ୍ୱରରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ ଙ୍କୁ ସାକ୍ଷାତ କରିଛନ୍ତି ।

ରାଜଗାଙ୍ଗପୁର , ବିରମିତ୍ରପୁରର ବିଜୟ ଲାଭ କରିଥିବା ଅଧ୍ୟକ୍ଷ , ଉପାଧ୍ୟକ୍ଷ ଏବଂ ବିଜେଡି କାଉନସିଲର ମାନେ ପ୍ରୀତିରଞ୍ଜନଙ୍କୁ ସାକ୍ଷାତ କରି ଆଲୋଚନା କରିଥିବାବେଳେ ସୁନ୍ଦରଗଡ ର ଉପାଧ୍ୟକ୍ଷ ଏବଂ
କାଉନସିଲର ମାନେ ସାକ୍ଷାତ କରିଥିଲେ । ପୌରାଞ୍ଚଳରେ କିପରି ଭାବେ ସାମଗ୍ରିକ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ସେ ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ପରେ ଏହି ପୋୖର ପ୍ରତିନିଧି ମାନେ ୫ ଟି ସଚିବ ଭି କେ ପଣ୍ଡିଆନଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଏହି ଆଲୋଚନା ସମୟରେ ବିଜେଡି ନେତା କୁନ ବିହାରୀ ଦାସ ଉପସ୍ଥିତ ଥିଲେ ।