ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପୋଲିସ ଏହି ଘଟଣାରେ ତିନିଜଣ ନାବାଳକଙ୍କ ସହ ୫ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଜଣେ ୧୭ ବର୍ଷୀୟା ନାବାଳିକା ସିଲେଇ କ୍ଲାସ ରୁ ଟ୍ରେନିଂ ନେଇ ଘରକୁ ଫେରୁଥିବା ବେଳେ ଏହା ବର୍ବର କାଣ୍ଡର ଶିକାର ହୋଇଥିଲା

। ପୂର୍ବରୁ ଜଗିରହିଥିବା ୫ ଜଣ ଅଭିଯୁକ୍ତ ନାବାଳିକାଙ୍କୁ ଜୋର ଜବରଦସ୍ତ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଟାଣିନେଇ ଦୁଷ୍କର୍ମ କରିଥିଲେ। ନାବାଳିକା ର ଚିତ୍କାର ଶୁଣି କିଛି ଲୋକ ଘଟଣା ସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଲହୁଣୀପଡା ପୋଲିସ ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି । ଆସନ୍ତାକାଲି ଡାକ୍ତରୀମଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।