ବିଜେଡିର ବାଜିମାତ।। ସୁନ୍ଦରଗଡ ଜିଲ୍ଲାର ତିନୋଟି ପୌରପାଳିକା ଲାଗି ଉପ ନଗରପାଳ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ।
ସୁନ୍ଦରଗଡ ଜିଲ୍ଲାରେ ତିନୋଟି ପୌରପାଳିକା ର ଉପ ନଗରପାଳ ପଦ ଲାଗି ଗୁରୁବାର ଦିନ ନିର୍ବାଚନ ହୋଇଯାଇଛି। ସମସ୍ତ ପୌରପାଳିକା ରେ ବିଜେଡି ର ପ୍ରାର୍ଥୀ ମାନେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହିଇଛନ୍ତି ।

ବିରାମିତ୍ରପୁରରେ ବିଜେଡିର ୧ନମ୍ବର ୱାର୍ଡ କାଉନସିଲର ନିବେଦିତା ବାଗେ ବିନା ପ୍ରତିଦ୍ବନ୍ଦିତାରେ ଉପନଗରପାଳ ପଦ ଲାଗି ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ଉପ ନଗରପାଳଙ୍କୁ ନଗରପାଳ ସନ୍ଦୀପ ମିଶ୍ର , ପୂର୍ବତନ ବିଧାୟକ ନିହାର ସୋରେନ ଙ୍କ ସମେତ ଦଳୀୟ କର୍ମୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।
ସେହିପରି ରାଜଗାଙ୍ଗପୁର ପୌରପାଳିକା ରେ ୨ନମ୍ବର ୱାର୍ଡ ର ବିଜେଡି କାଉନସିଲର ମହମ୍ମଦ
ଇରଫାନ ନିର୍ଦ୍ବନ୍ଦ୍ୱ ରେ ଉପ ନଗରପାଳ ପଦ ଲାଗି ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ଉପ ନଗରପାଳ ଇରଫାନଙ୍କୁ ନଗରପାଳ ମାଧୁରୀ ଲୁଗୁନଙ୍କ ସମେତ ଦଳୀୟ କର୍ମୀ ମାନେ ସ୍ୱାଗତ କରିଥିଲେ।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ପୌରପାଳିକା ନଗରପାଳ ପଦ ବିଜେପି ପକ୍ଷରେ ଯାଇଥିବା ବେଳେ ଉପ ନଗରପାଳ ପଦରେ ବିଜେଡି ର ୬ ନମ୍ବର ୱାର୍ଡ କାଉନସିଲର ଲଲାଟେନ୍ଦୁ ପରିଡା ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ଉପ ନଗରପାଳ ଲଲାଟେନ୍ଦୁଙ୍କୁ ନଗରପାଳ ତନୟା ମିଶ୍ରଙ୍କ ସମେତ ତାଙ୍କର ବହୁ ଶୁଭେଚ୍ଛୁ ସ୍ୱାଗତ କରିଥିଲେ ।