ସ୍ମାର୍ଟସିଟି ରେ ରାସ୍ତାକଡ଼ ଟଏଲେଟ ବ୍ଲକ ରେ ପଡିଛି ଚାବି। ମାସ ମାସ ବନ୍ଦ ରହିଥିବାରୁ ଜନ ଅସନ୍ତୋଷ।

0 282

ରାଉରକେଲା ପୌରପାଳିକା ରୁ ମହନଗର ନିଗମ ରେ ପରିଣତ ହୋଇଛି। ସହରର ଉନ୍ନତିକରଣ ଲାଗି ସ୍ମାର୍ଟ ସିଟି ରେ ମଧ୍ୟ ସାମିଲ ହୋଇଛି।

ରାସ୍ତା ଘାଟ ବିଶେଷକରି ରିଙ୍ଗରୋଡ଼ ର ଉନ୍ନତିକରଣ ହେଉଛି। ତେବେ ରାସ୍ତା ପାର୍ଶ୍ଵରେ କିମ୍ବା ଅନ୍ୟ ସର୍ବସାଧାରଣ ସ୍ଥାନରେ ଲୋକମାନେ ଯେପରି ଲଘୁକ୍ରିୟା ନକରନ୍ତି ସେଥିଲାଗି ବହୁ ଅର୍ଥ ଖର୍ଚ୍ଚ ପବ୍ଲିକ ଟଏଲେଟ ମାନ ବିଭିନ୍ନ ସ୍ଥାନରେ କରାଯାଇଛି। ମାତ୍ର ସଠିକ ଦେଖରେଖ ଅଭାବରୁ ଏହି ଯୋଜନା ଏବେ ଫେଲ ହୋଇଗଲା ଭଳି ପ୍ରତୀୟମାନ ହେଉଛି। ରାଉରକେଲା ର ରିଙ୍ଗରୋଡ଼ ସରଣା ଛକ ନିକଟରେ ସର୍ବସାଧାରଣ ବ୍ୟବହାର ଲାଗି ଏକ ସ୍ମାର୍ଟ ଟଏଲେଟ କମ୍ପ୍ଲେକ୍ସ କରାଯାଇଛି। ଏଥିରେ ଚାରୋଟି ଶୌଚାଳୟ ଅଛି। ମାତ୍ର ଦୀର୍ଘ କିଛିମାସ ହେଲା ଏହି ଟଏଲେଟ ବନ୍ଦ ପଡିଛି। କହିବାକୁ ଗଲେ ଟଏଲେଟ ରେ ଚାବି ପକାଇ ଦିଆଯାଇଛି। ତେବେ ପ୍ରଶ୍ନ ଉଠୁଛି ଯଦି ମାସମାସ ଧରି ଚାବି ପକାଇ ଟଏଲେଟ କୁ ବନ୍ଦ କରି ରଖିବାର ଥିଲା ଏତେ ଅର୍ଥ ଖର୍ଚ୍ଚ କରି ଏହା କାହିଁକି ନିର୍ମାଣ କରାଗଲା! ତେବେ ସେ ଯାହା ହେଉନା କାହିଁକି ଟଏଲେଟ ଚାବି ଖୋଲି ଏହାକୁ ଖୁବଶୀଘ୍ର ସର୍ବସାଧାରଣ ଙ୍କ ବ୍ୟବହାରରେ ଲଗାଇବାକୁ ଦାବି ହେଉଛି।

Leave A Reply

Your email address will not be published.