ସୁନ୍ଦରଗଡ଼ , ୪ ଏପ୍ରିଲ ୨୦୨୨ : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଏବେ ନିଆଁ ଲାଗି ରହିଛି। କିଛିଦିନ ହେବ କୁତ୍ରା ବ୍ଲକ ଅନ୍ତର୍ଗତ ବଡଗାଁ ବନାଞ୍ଚଳ ର ଜଙ୍ଗଲରେ ନିୟମିତ ବ୍ୟବଧାନରେ ନିଆଁ ଲାଗି ଜଙ୍ଗଲ ଜଳୁଛି ।

ସୋମବାର ଦିନ ନୂଆଗାଁ ନର୍ଥ ସାଇଟ ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବା ଲାଗି ଗ୍ରାମବାସୀ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଛନ୍ତି । ବନ ବିଭାଗର ଦେଖା ଏପର୍ଯ୍ୟନ୍ତ ନାହିଁ । ସେପଟେ ଜଙ୍ଗଲ ନିଆଁ ବହୁ ମୂଲ୍ୟବାନ ଗଛ ଓ ବନ୍ଯଜନ୍ତୁ ଙ୍କ ପାଇଁ ବିପଦ ସୃଷ୍ଟି କରିଛି । ବନବିଭାଗ କୁ ସୂଚନା ଦେଲେ ମଧ୍ୟ ସେମାନେ ଅସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ନିଆଁ ସଂପୂର୍ଣ୍ଣ ଜଙ୍ଗଲକୁ କବଳିତ କରିବାକୁ ବସି ଥିବା ବେଳେ ଏଠାରେ ବସବାସ କରୁଥିବା ବନ୍ୟଜନ୍ତୁ , ପଶୁପକ୍ଷୀ ତଥା ମୂଲ୍ଯବାନ ଗଛଗୁଡିକ ପୋଡିଯିବା ଆଶଙ୍କା ସୃଷ୍ଟି ହୋଇଛି । ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗ୍ରାମବାସୀ ମାନେ ଭୟଭିତ ହୋଇପଡିଛନ୍ତି । ଏହି ନିଆଁକୁ ତୁରନ୍ତ ଅୟତ୍ତ କରିବା ସହ ନିଆଁ ଲଗାଇଥିବା ଦୁବୃର୍ତ୍ତ ଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।