ସେଲ ରାଉରକେଲା ଇସ୍ପାତ କାରଖାନା ଓ ଆଦିବାସୀ ସମବାୟ ମାର୍କେଟିଂ ଫେଡେରେସନ୍ ଲିମିଟେଡ , ଟ୍ରାଇଫେଡର ମିଳିତ ଆନୁକୂଲ୍ୟରେ ଆଦି ମହୋତ୍ସବ-୨୦୨୨ ଉଦଘାଟିତ ହୋଇଯାଇଛି।

ଆଦିବାସୀ ସଂସ୍କୃତି, ହସ୍ତଶିଳ୍ପ, ବ୍ୟଞ୍ଜନ ଏବଂ ବାଣିଜ୍ୟର ଏହି ମହୋତ୍ସବ ମାର୍ଚ୍ଚ ୩୦ ବୁଧବାର ଠାରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ସେକ୍ଟର ୫ ପ୍ରଦର୍ଶନୀ ପଡିଆରେ ଚାଲିବ। ଏହି ସର୍ବଭାରତୀୟ ମହୋତ୍ସବ ରେ ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଝାରଖଣ୍ଡ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଚଣ୍ଡିଗଡ଼ ଏବଂ ଘରୋଇ ରାଜ୍ୟ ଓଡିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ କାରିଗରମାନେ ଅଂଶଗ୍ରହଣ କରିଛନ୍ତି । ଜୈବିକ ଉତ୍ପାଦ, ବୟନଶିଳ୍ପ, ଚିତ୍ରକଳା, ଝୋଟ ଶିଳ୍ପ, ବାଡ଼ି ଏବଂ ବାଉଁଶ ସାମଗ୍ରୀ, ଆଦିବାସୀ ଅଳଙ୍କାର, ଲ୍ୟାମ୍ପ ସେଟ୍, କାନ୍ଥ ସାମଗ୍ରୀ ଇତ୍ୟାଦି ଆଦିବାସୀ ହସ୍ତତନ୍ତ ପ୍ରସ୍ତୁତି ଏବଂ ବିକ୍ରୟ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ରହିଛି। ପ୍ରାନ୍ତିୟ ଥିମ ପ୍ରଦର୍ଶନ କରୁଥିବା ପରିବେଶରେ ପରିଦର୍ଶକମାନେ ବିଭିନ୍ନ ରାଜ୍ୟର ଆଦିବାସୀ ବ୍ୟଞ୍ଜନର ସ୍ଵାଦ ମଧ୍ୟ ନେଇପାରିବେ। ପ୍ରତିଦିନ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ଏକ ‘ଆଦିବାସୀ ଫ୍ୟାଶନ୍’ ଶୋ ଏହି କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ରହିବ ।