ପଞ୍ଚାୟତ ନିର୍ବାଚନ ଲାଗି ପୋଲିସ ର ମକ ଡ୍ରିଲ।। ବିନା ହିଂସାକାଣ୍ଡ ରେ ନିର୍ବାଚନ ସମ୍ପନ୍ନ ହେବା ନେଇ ସୁନ୍ଦରଗଡ ଏସପି ଙ୍କ ଜନସାଧାରଣ ଙ୍କୁ ନିବେଦନ।

0 448

ଏହି ଦୃଶ୍ୟରେ ଉତ୍ତେଜିତ ଲୋକଙ୍କୁ ଘଉଡାଇବାକୁ ପୋଲିସ ଟିଅର ଗ୍ୟାସ ଛାଡିବା ସହ ଫାଙ୍କା ଗୁଳି ଚାଳନା କରୁଛି। ଏହା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ର ଦୃଶ୍ୟ ନୁହେଁ। ଆଗାମୀ ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାର ହିଂସାକାଣ୍ଡ କୁ ସାମନା କରିବାକୁ ପୂଲିସ ର ଏକ ମକ ଡ୍ରିଲ। ଆଉ ମାତ୍ର ଚାରିଦିନ ରହିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ। ମୁକ୍ତ ଏବଂ ଅବାଧ ନିର୍ବାଚନ ଲାଗି ସୁନ୍ଦରଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି

। ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଗାଁ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନକୁ ଆଖି ଆଗରେ ରଖି ସୁନ୍ଦରଗଡ ପୋଲିସ ପକ୍ଷରୁ ଆଜି ଏକ ମକ ଡ୍ରିଲର ଆୟୋଜନ କରାଯାଇଥିଲା।ସୁନ୍ଦରଗଡ ଏସ ପି ସାଗରିକା ନାଥଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ରେ ବିଶେଷ ପରିସ୍ଥିତିରେ କିପରି ହିଂସା କୁ ନିୟନ୍ତ୍ରଣ କରାଯାଇ ପାରିବ ତାର ଡ୍ରିଲ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ୪୨୭ ଟି ଅତି ସମ୍ବେଦନଶୀଳ ବୁଥ ରହିଛି। ସେଥି ପ୍ରତି ପୋଲିସ ନଜର ରଖିଛି। ବିନା ଭୟରେ ଭୋଟର ମାନେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ସୁନ୍ଦରଗଡ଼ ଏସ ପି ନିବେଦନ କରିଛନ୍ତି। ଏହାଛଡା ବିନା ହିଂସାରେ ଯେପରି ପଞ୍ଚାୟତ ନିର୍ବାଚନ ସମ୍ପନ୍ନ ହୁଏ ସେଥିପ୍ରତି ସହଯୋଗ କରିବାକୁ ମଧ୍ୟ ଏସ ପି ଜନସାଧାରଣ ଙ୍କୁ ଅପିଲ କରିଛନ୍ତି।

Leave A Reply

Your email address will not be published.