ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ।। ମୃତ୍ୟୁ ସଂଖ୍ୟା ବୃଦ୍ଧି।।

0 516

କୋଭିଡ ସଂକ୍ରମଣ ସଂଖ୍ୟା ରାଜ୍ୟରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ଗତ ସାତ ଦିନ ମଧ୍ୟରେ ରାଜ୍ୟରେ ଲଗାତାର ଭାବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି। କିନ୍ତୁ ୫ ଦିନ ହେଲା କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୨୦ ଉପରେ ରହୁଛି। ଆଜି ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୦ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧ ରହିଛି । ମୃତକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ରୁ ଜଣା ପଡ଼ିଛି। ଗୁରୁବାର ରିପୋର୍ଟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧୨ ରହିଛି। କୋଭିଡ ସଂକ୍ରମିତ ଙ୍କ ସଂଖ୍ୟାରେ ହ୍ରାସ ଅସ୍ବସ୍ତି ଆଣିଥିଲା ବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଚିନ୍ତା ର କାରଣ ହୋଇଛି ।

Leave A Reply

Your email address will not be published.