ରାଉରକେଲା ପୋଲିସ ଜଣେ ଦୁର୍ଦ୍ଦାନ୍ତ ପି ଏଲ ଏଫ ଆଇ ସଦସ୍ୟ କୁ ଗିରଫ କରିବାରେ ସଫଳ ହୋଇଛନ୍ତି

। ଗିରଫ ପିଏଲଏଫଆଇ ସଦସ୍ୟ ଅର୍ଜୁନ ରାଣା ଏହି ସଙ୍ଗଠନର ସୁପ୍ରିମୋ ଦିନେଶ ଗୋପ ର ଘନିଷ୍ଠ ସହଯୋଗୀ ଥିବା ପୋଲିସ ଜାଣି ପାରିଛି। ଅର୍ଜୁନ ନିକଟରୁ ପୋଲିସ ଗୋଟିଏ ସେମି ଅଟୋ ମେଟିକ ରାଇଫଲ , ୫ ରାଉଣ୍ଡ ଗୁଳି , ଗୋଟିଏ ମାଗଜିନ ଜବତ କରିଛନ୍ତି। ରାଉରକେଲା ଏବଂ ବିରମିତ୍ରପୁର ଅଞ୍ଚଳରେ ବିଭିନ୍ନ ବ୍ୟବସାୟୀ ଙ୍କୁ ଧମକାଇ ଦାଦା ବଟି ଅସୁଲ କରିବା କାମରେ ଅର୍ଜୁନ ଲିପ୍ତ ଥିଲା। ପି ଏଲ ଏଫ ଆଇ ସଂଗଠନର ମୁଖ୍ୟ ଦିନେଶ ଗୋପ ଝାରଖଣ୍ଡ ରେ ଯୋଜନା କରି ବ୍ୟବସାୟୀଙ୍କ ଠାରୁ ବଟି ନେବା କାମ କରୁଥିଲା। ଏହି କାମକୁ ବିଭିନ୍ନ ସ୍ଥାନରେ ଅର୍ଜୁନ ରାଣା କାର୍ଯ୍ୟକାରୀ କରୁଥିଲା। ରାଉରକେଲା , ବିରମିତ୍ରପୁର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କେତେକ ଲୋକ ଦାଦା ବଟି ଆଦାୟରେ ଦିନେଶ ଏବଂ ଅର୍ଜୁନ କୁ ସହଯୋଗ କରୁଥିବା ପୋଲିସ ଜାଣିବାକୁ ପାଇଛି। ଏହି ସମସ୍ତ ଲୋକଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସ ପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।