ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ରାଉରକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଇ ଭୁବନେଶ୍ୱର ଫେରି ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ କଂଗ୍ରେସ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ପକ୍ଷରୁ ସାତ ସତର ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ।
ବିକ୍ଷୋଭକାରୀ ମନେ ସ୍ପେସ ଛକ ଆଡକୁ ବଢିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ବିଜେପି ନେତା ନିହାର ରାୟ , ଧୀରେନ ସେନାପତି , ଅଙ୍କୁଶ ବର୍ମାଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଙ୍କୁ ଗିରଫ କରିଥିଲା । ସେହିପରି କଂଗ୍ରେସ ସଭାପତି ଜର୍ଜ ତିର୍କୀ ଙ୍କ ନେତୃତ୍ୟ ରେ କଂଗ୍ରେସ କର୍ମୀ ମାନେ 21 ନମ୍ବର ସେକ୍ଟର ନୟା ବଜାର ଛକରେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ ଜର୍ଜ ଙ୍କ ସମେତ ବହୁ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲେ । ମୁଖ୍ୟମନ୍ତ୍ରୀ ପୂର୍ବରୁ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଦେଇଥିବା ବେଳେ ଉକ୍ତ କାର୍ଯ୍ୟ ଏପର୍ଯ୍ୟନ୍ତ କରାଯାଇନଥିବା ଅଭିଯୋଗ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି ଦଳ ।