ବନ୍ଧମୁଣ୍ଡା ପଞ୍ଜାଵ ନେସନାଲ ବ୍ୟାଙ୍କ ରେ ଚୋରି ଉଦ୍ୟମ,ପୋଲିସ ତଦନ୍ତ ଜାରୀ ।

0 538

ରାଉରକେଲା ବନ୍ଧମୁଣ୍ଡା ରେ ଥିବା ପଞ୍ଜାଵ ନେସନଲ ବ୍ୟାଙ୍କ ରେ ରବିବାର ରାତିରେ ଏକ ବଡ଼ ଧରଣର ଚୋରି ଉଦ୍ୟମ ହୋଇଛି । ଚୋର ମାନେ ବ୍ୟାଙ୍କ ର ଆଜବେଷ୍ଟସ ଭାଙ୍ଗି ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ । ବ୍ୟାଙ୍କ ର କେତେକ ଆସବାବପତ୍ର ପତ୍ର ଭାଙ୍ଗିବା ସହ କ୍ୟାସ ରୁମ କୁ ଖୋଲିବାକୁ ମଧ୍ୟ ଉଦ୍ୟମ କରିଥିଲେ । ତେବେ ବ୍ୟାଙ୍କ ରୁ କେଉଁ କେଉଁ ସାମଗ୍ରୀ କିମ୍ବା ଟଙ୍କା ଚୋରି ହୋଇଛି ତାହା ଯାଞ୍ଚ ପରେ ଜଣା ପଡିବ । ତେବେ ବ୍ୟାଙ୍କ ର ପାଞ୍ଚଟି କମ୍ପ୍ୟୁଟର ସିଷ୍ଟମ କୁ ଚୋର ମାନେ ନେଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ବ୍ୟାଙ୍କ ର
ସି ସି ଟିଭି ସିଷ୍ଟମ କୁ ମଧ୍ୟ ଚୋରମାନେ ଭାଙ୍ଗି ଦେଇଛନ୍ତି । ବନ୍ଧମୁଣ୍ଡା ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.