ଆସନ୍ତା 14 ରେ ମୁଖ୍ୟମନ୍ତ୍ରୀ ଆସିବେ ରାଉରକେଲା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ର ହେବ ଶୁଭାରମ୍ଭ ।ଗସ୍ତ ପୂର୍ବରୁ ବିଜେପି ପଚାରିଲା ସାତଟି ପ୍ରଶ୍ନ : ସ୍ପଷ୍ଟୀକରଣ ଦାବି
ଆସନ୍ତା 14 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଗସ୍ତ ସମୟରେ ରାଉରକେଲା ରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହା ସହିତ ଜିଲ୍ଲାରେ 550 କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ରାଜ୍ୟର 12 ଜଣ ମନ୍ତ୍ରୀ ଆସନ୍ତା କାଲି ଆସି ସୁନ୍ଦରଗଡରେ ପହଞ୍ଚୁଛନ୍ତି ।
ସେମାନଙ୍କ ସହ ବିଭିନ୍ନ କର୍ପୋରେସନ ର ଅଧ୍ୟକ୍ଷ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାକୁ ଆସିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ କୁ ରାଉରକେଲା ବିଜେପି ପକ୍ଷରୁ ବିରୋଧ କରାଯିବା ସହ ସାତଟି ପ୍ରଶ୍ନ ପଚାରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବରୁ ଦିଆଯାଇଥିବା ବହୁ ଉନ୍ନୟନ ମୂଳକ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ସେ ବାଵଦରେ କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟୀକରଣ ଦେବାକୁ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ।