କୋଭିଡ ଉପଯୋଗୀ ଆଚରଣ ପାଳନ ଲାଗି ରାଉରକେଲା ଜନସାଧାରଣଙ୍କୁ ପ୍ରଶାସନ ର ନିବେଦନ।

0 366

ରାଉରକେଲା : ୭ ଜାନୁୟାରୀ ୨୦୨୨: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଶୁକ୍ରବାରଠାରୁ ଏହି ନିୟମ ସାରା ରାଜ୍ୟରେ ଲାଗୁ କରାଯାଇଛି। ସରକାରଙ୍କ କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ମାସ୍କ ପିନ୍ଧିବା ସହିତ ନିୟମିତ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ହାଟ ଓ ବଜାର ଆଦି ସ୍ଥାନରେ ଭିଡ଼ ନକରିବା ଲାଗି ନିଗମ ପକ୍ଷରୁ ଜନସାଧାରଣଙ୍କୁ କୁହାଯାଇଛି। ସମସ୍ତେ ସଚେତନ ଏବଂ ସତର୍କ ରହିଲେ ହିଁ କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିପାରିବା ବୋଲି ମହାନଗର ନିଗମର ଭାରପ୍ରାପ୍ତ କମିଶନର ସୁଧାଂଶୁ କୁମାର ଭୋଇ ସୂଚନା ଦେଇଛନ୍ତି।

ଶ୍ରୀ ଭୋଇ କହିଛନ୍ତି ଯେ, ରାଉରକେଲାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ତେଣୁ ଜନସାଧାରଣ କୋଭିଡ୍ ନିୟମ ପାଳନ କରି ନିଜକୁ ସୁରକ୍ଷିତ ରଖନ୍ତୁ। କୋଭିଡ୍ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ତେଣୁ ସରକାରଙ୍କ ପକ୍ଷରୁ ଯେଉଁ କୋଭିଡ୍ ଗାଇଡଲାଇନ ଜାରି କରାଯାଇଛି ତାକୁ ଜନସାଧାରଣ ଭଲଭାବେ ପାଳନ କରନ୍ତୁ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ଶୁକ୍ରବାର ରାତି ୯ଟାରୁ ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଉଛି। ରାଉରକେଲା ସହରରେ ମଧ୍ୟ ଏହି ନିୟମ ବଳବତ୍ତର ରହିବ। ତେଣୁ ସହରବାସୀ ଏଥିରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.