ରାଉରକେଲା ରେ ରାତ୍ରିକାଳୀନ କର୍ଫ୍ୟୁ କଡାକଡି ଭାବେ ଲାଗୁ।। ପୋଲିସ ଯାଞ୍ଚ ବ୍ୟବସ୍ଥା ନିରୀକ୍ଷଣ କଲେ ଏସ ପି ମୁକେଶ କୁମାର ଭାମୁ।
ଆଜିଠାରୁ ରାଜ୍ୟରେ ନୂତନ କୋଭିଡ ଗାଇଡ଼ ଲାଇନ୍ସ ଲାଗୁ ହୋଇଛି। ରାତି ୯ଟା ରୁ ଆରମ୍ଭ ହୋଇଯାଇଛି ରାତ୍ରିକାଳୀନ କର୍ଫ୍ୟୁ। ପୂର୍ବରୁ ରାତି ଦଶଟାରେ ନାଇଟ କର୍ଫ୍ୟୁ ହେଉଥିବା ବେଳେ ଆଜିଠାରୁ ୯ଟା ବେଳେ ଆରମ୍ଭ ହୋଇ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ଚାଲିବ। ରାଉରକେଲା ରେ କଡାକଡି ଭାବେ ନାଇଟ କର୍ଫ୍ୟୁ କଟକଣା କାର୍ଯ୍ୟକାରୀ କରିବାକୁ ୧୨ଟି ପୋଲିସ ଟିମ ମୁତୟନ କରାଯାଇଛି। ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଯାଞ୍ଚ ପ୍ରକ୍ରିୟା କୁ କଡାକଡି କରାଯାଇଛି। ରାଉରକେଲା ଏସପି ମୁକେଶ କୁମାର ଭାମୁ ନିଜେ ବିଭିନ୍ନ ଛକରେ ପହଞ୍ଚି ଡିୟୁଟି ରେ ଥିବା ପୋଲିସ ଅଧିକାରୀ ମାନଙ୍କୁ ଆବଶ୍ୟକୀୟ ନିର୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଅନ୍ତର୍ରାଜ୍ୟ ସୀମାନ୍ତରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଛତିଶଗଡ଼ ଏବଂ ଝାରଖଣ୍ଡ ସୀମାନ୍ତ ଚେକଗେଟ ରେ ପୋଲିସ ମୁତୟନ କରାଯାଇ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। କୋଭିଡ କଟକଣାକୁ ମାନି ଏହାର ସଂକ୍ରମଣ ର ଚେନ ଭାଙ୍ଗିବାକୁ ଜନ ସାଧରଣଙ୍କୁ ସୁନ୍ଦରଗଡ଼ ଏସ ପି ସାଗରିକା ନାଥ ନିବେଦନ କରିଛନ୍ତି।
କୋଭିଡ ସଂକ୍ରମଣର ସୁନ୍ଦରଗଡ଼ ଜିଲ୍ଲା ଏବେ ରାଜ୍ୟର ଦୂତୀୟ ସ୍ଥାନରେ ଅଛି। ସଂକ୍ରମଣ ରେ ଭୁବନେଶ୍ୱର ରେଡ଼ ଜୋନ ରେ ଥିବା ବେଳେ ସୁନ୍ଦରଗଡ ୟେଲୋ ଜୋନରେ ଅଛି।

