ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି।। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ।। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ।।

0 447

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ସୋମବାର ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ ଥିବା ବେଳେ ମଙ୍ଗଳବାର ଦିନ ସଂଖ୍ୟାରେ ବୃଦ୍ଧି ଘଟି ୬୮୦ ରେ ପହଁଚିଛି। ଗତ ୩ ମାସ ମଧ୍ୟରେ ଆକ୍ରାନ୍ତଙ୍କ ଏହି ସଂଖ୍ୟା ସର୍ବାଧିକ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସୋମବାର ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୬୯ କୁ ବୃଦ୍ଧି ପାଇଛି। ଆଗାମୀ ଦିନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାର ଯଥେଷ୍ଟ ସମ୍ଭାବନା ଥିବା ବେଳେ ରାଜ୍ୟ ସରକାର କୋଭିଡ ସ୍ଥିତିର ମୁକାବିଲା କରିବା ଲାଗି ସମ୍ପୂର୍ଣ ପ୍ରସ୍ତୁତ ବୋଲି ରାଜ୍ୟ ସ୍ଵାସ୍ଥ୍ୟ ନିର୍ଦେଶକ କହିଛନ୍ତି। ଅନ୍ୟ ପକ୍ଷରେ ଆଜି ସନ୍ଧ୍ୟା ୫ଟା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତିର ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନିକ ଉଚ୍ଚ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ଅଛି। ପୁରୀରେ ଏକ ହୋଟେଲ ଅଞ୍ଚଳରେ କୋଭିଡ ସଂକ୍ରମଣ ଯୋଗୁଁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଅନେକ କର୍ମଚାରୀ କୋଭିଡ ରେ ଆକ୍ରାନ୍ତ ହେବା ପରେ ବିଏମସି ପକ୍ଷରୁ ଡିସିପି କାର୍ଯ୍ୟାଳୟକୁ ସିଲ କରିଦିଆଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ମଧ୍ୟରେ ୧୫ ରୁ ୧୮ ବର୍ଷର କିଶୋର କିଶୋରୀ ମାନଙ୍କୁ ଟିକାଦାନ କାର୍ଯ୍ୟକ୍ରମ ଜାରି ରହିଛି।

Leave A Reply

Your email address will not be published.