ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଟର ସାଇକେଲ ଚୋରି କରୁଥିବା ଗ୍ୟାଙ୍ଗ ର ଦୁଇ ଜଣ ସଦସ୍ୟଙ୍କୁ କୁତ୍ରା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଏଗାର ଟି ବାଇକ ଜବତ କରିଛନ୍ତି । ଗତକାଲି ଜଣେ ବ୍ୟକ୍ତି କୁତ୍ରା ବଜ଼ାର ରେ ବାଇକ ରଖି ଦୋକାନରୁ କିଛି ସାମଗ୍ରୀ କିଣୁଥିବା ବେଳେ ଅଭିଯୁକ୍ତ ଦ୍ବୟ ତାଙ୍କ ବାଇକ ଚୋରି କରି ନେଇଥିଲେ ।
ପୋଲିସ ଦୁଇଜଣଙ୍କୁ ଧରି ଜେରା କରିବା ବେଳେ ସେମାନେ ଅନ୍ୟ କେତେକ ବାଇକ ବିଭିନ୍ନ ସ୍ଥାନରୁ ଚୋରି କରିଥିବା ସ୍ୱୀକାର କରିଥିଲେ । ସୂଚନା ଆଧାରରେ ପୋଲିସ ଖଟକୁର ବାହାଲ ନିକଟରେ ଚଢ଼ାଉ କରି 10 ଟି ବାଇକ ଜବତ କରିଥିଲେ । ପୋଲିସ ର ଅଧିକ ତଦନ୍ତ ଜାରୀ ରହିଛି । ବାଇକ ଚୋରି କରୁଥିବା ଗ୍ୟାଙ୍ଗ ର ପର୍ଦାଫାସ କରିବାରେ କିଛିଦିନ ହେଲା ସୁନ୍ଦରଗଡ଼ ପୋଲିସ କୁ ବେଶ ସଫଳତା ମିଳିଛି । ଏହା ପୂର୍ବରୁ ରାଜଗାଙ୍ଗପୁର ପୋଲିସ 12 ଟି ଚୋରା ବାଇକ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।