ରାଉରକେଲା : ନିଶା ଚାଷ ବିରୋଧରେ ରାଉରକେଲା ପୋଲିସର କଡ଼ା ପଦକ୍ଷେପ, ୨ ଏକର ଗଞ୍ଜେଇ ଚାଷ ଧ୍ୱଂସ।। ଡ୍ରୋନ୍ ଟ୍ରାକିଙ୍ଗ ରେ ସଫଳତା ପାଇଲା ପୋଲିସ୍ ।
ବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସର ଚଢ଼ାଉ, ୨ ଏକର ଜମିର ଗଞ୍ଜେଇ ଗଛ ନଷ୍ଟ
ଡ୍ରୋନ୍ ସର୍ଭେଲାନ୍ସରୁ ମିଳିଲା ସଫଳତା, ଟିକାୟତପାଲି ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ।
ରାଉରକେଲା, ୨୮/୧୧ (ସତ୍ୟାନ୍ୟୁଜ୍): ବେଆଇନ ଗଞ୍ଜେଇ ଚାଷ ବିରୋଧରେ ରାଉରକେଲା ପୋଲିସର ଅଭିଯାନ ଜାରି ରହିଛି। ଡ୍ରୋନ୍ ମାଧ୍ୟମରେ ଗଞ୍ଜେଇ ଚାଷ ଚିହ୍ନଟ କରିବା ପରେ ବଣାଇ ଅଞ୍ଚଳରେ ପୁଣି ଚଢ଼ାଉ କରାଯାଇଛି।
ଗତକାଲି ଟିକାୟତପାଲି ଥାନା ଅଞ୍ଚଳରେ ରାଉରକେଲା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୨ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ ଚିହ୍ନଟ କରାଯାଇଥିଲା। ପରେ ସମସ୍ତ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି।
ନିଶାଦ୍ରବ୍ୟର ବେଆଇନ କାରବାର ଓ ଗଞ୍ଜେଇ ଚାଷ ବିରୋଧରେ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ରାଉରକେଲା ପୋଲିସ ପକ୍ଷରୁ କୁହାଯାଇଛି।
ନିଶାକୁ ନା କୁହନ୍ତୁ, ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରନ୍ତୁ।