ସୁନ୍ଦରଗଡ଼ : ଦନ୍ତା ହାତୀ ଆକ୍ରମଣରେ ମହିଳା ଫରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ।। ହାତୀ ଘଉଡ଼ାଇବା ବେଳେ ଅଘଟଣ।

0 83

ଦନ୍ତା ହାତୀର ଆକ୍ରମଣରେ ମହିଳା ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ, ସୁନ୍ଦରଗଡ଼ରେ ଶୋକର ଛାୟା
ସୁନ୍ଦରଗଡ଼ : ୨୭/୧୧
(ସତ୍ୟାନ୍ୟୂଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଘଉଡ଼ାଇବାକୁ ଯାଇ ଦନ୍ତା ହାତୀର ଆକ୍ରମଣରେ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ମୃତ ଫରେଷ୍ଟ ଗାର୍ଡ ହେଉଛନ୍ତି ପ୍ରତିଭା ବିଶି।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝିରପାଣି ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି। ଅଞ୍ଚଳରେ ଏକ ୧୫ ଟିକିଆ ହାତୀପଲ ରହିଥିବା ବେଳେ ହାତୀଙ୍କୁ ଘଉଡ଼ାଇବା ପାଇଁ ଚାରି ଜଣ ବନ କର୍ମଚାରୀ ନିୟୋଜିତ ଥିଲେ।
ଏହି ସମୟରେ ଏକ ଦନ୍ତା ହାତୀ ହଠାତ୍ ପାଲଟା ଆକ୍ରମଣ କରିଥିଲା। ଫଳରେ ମହିଳା ଫରେଷ୍ଟ ଗାର୍ଡ ପ୍ରତିଭା ବିଶି ହାତୀର ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ।
ଘଟଣାକୁ ନେଇ ବନ ବିଭାଗରେ ଶୋକର ଛାୟା ଖେଳିଯାଇଛି। ହାତୀ ଘଉଡ଼ାଇବା ଭଳି ବିପଦପୂର୍ଣ୍ଣ କାର୍ଯ୍ୟରେ ବନ କର୍ମଚାରୀଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.