ରାଉରକେଲା:ବିଗ୍ ବସ୍ ରେ ଚମକିଲେବିରମିତ୍ରପୁର ଝିଅ କାନନ ତାଣ୍ଡି।। ସଲମାନ୍ ଖାନ୍ ଙ୍କ ସହ ଷ୍ଟେଜ ଶୋ।

0 61

ବିଗ୍ ବସ୍‌ରେ ଚମକିଲେ ବିରମିତ୍ରପୁରର ଝିଅ କାନନ
ତାଣ୍ଡି।
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଙ୍କ ସହ କାମ କରିବାର ରହିଛି ଅଭିଜ୍ଞତା।
ରାଉରକେଲା : ୨୪/୧୧
(ସତ୍ୟାନ୍ୟୂଜ) ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁରର ଝିଅ କାନନ
ତାଣ୍ଡି ଏବେ ଜାତୀୟ ଟେଲିଭିଜନରେ ଚର୍ଚ୍ଚାରେ। ଜଣେ ଦକ୍ଷ ବଡି ଲାଙ୍ଗୁଏଜ୍ ଏକ୍ସପର୍ଟ, ବିହେଭିୟରାଲ୍ କନସଲଟାଣ୍ଟ ଏବଂ ମାଇକ୍ରୋ ଏକ୍ସପ୍ରେସନ୍ ରିଡର୍ ଭାବେ ପରିଚିତ କାନନ ବିଗ୍ ବସ୍-୨୦ର ‘ୱିକେଣ୍ଡ୍ କା ୱାର୍’ ଏପିସୋଡ୍‌ରେ ନଜର ଆସିଥିଲେ। ସେଠାରେ ପ୍ରତିଯୋଗୀମାନଙ୍କ ହାବଭାବ, ଶରୀରର ଭାଷା ଏବଂ ମୁହଁର ସୂକ୍ଷ୍ମ ଅଭିବ୍ୟକ୍ତିକୁ ବିଶ୍ଳେଷଣ କରିଥିଲେ।
ବିଗ୍ ବସ୍ ରେ କାମ କରିବା ସମୟରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି କାନନ୍। ଏହାଛଡା ବିଗ୍ ବସ୍ ବାଂଲା ର ସୁଟିଂ ସମୟରେ ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିବାର ସୁଯୋଗ ପାଇଛନ୍ତି କାନନ୍।
ଓଡ଼ିଶାର ଏକ ଛୋଟ ସହର ବିରମିତ୍ରପୁରରୁ ଜାତୀୟ ଟେଲିଭିଜନର ଚର୍ଚ୍ଚିତ ମଞ୍ଚ ପର୍ଯ୍ୟନ୍ତ କାନନଙ୍କ ଏହି ଯାତ୍ରା ନିଶ୍ଚିତ ଭାବେ ଅନେକଙ୍କ ପାଇଁ ପ୍ରେରଣାଦାୟକ।

Leave A Reply

Your email address will not be published.