ରାଉରକେଲା : ଜିଲ୍ଲା ର ବିଭିନ୍ନ ବ୍ଳକ୍ ରେଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ।। ଅଙ୍ଗନବାଡ଼ି ସେବା ପ୍ରଭାବିତ ହେବା ଆଶଙ୍କା।

0 48

ଛଅ ଦଫା ଦାବିରେ ଅଙ୍ଗନବାଡ଼ି କର୍ମୀଙ୍କ ଅନିର୍ଦ୍ଦିଷ୍ଟକାଳୀନ ଧାରଣା
ରାଉରକେଲା : ୨୬/୧୧
(ସତ୍ୟାନ୍ୟୂଜ) ଛଅ ଦଫା ଦାବି ପୂରଣ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଜୋର୍ ଧରିଛି। ନିଜର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଥିବା ଆଇସିଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ।
ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍, ସୁନ୍ଦରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଛଅ ଦଫା ଦାବି ପୂରଣ ନେଇ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି।
ସରକାର ତୁରନ୍ତ ଦାବିଗୁଡ଼ିକ ପୂରଣ କରିବା ସହ ଏ ଦିଗରେ ସକାରାତ୍ମକ ନିଷ୍ପତ୍ତି ନେବାକୁ ସଂଘ ଅପିଲ୍ କରିଛି। ନଚେତ୍ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଚେତାବନୀ ଦେଇଛି ସଂଘ।
ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସ୍ପଷ୍ଟ କରିଛି। ଅଙ୍ଗନବାଡ଼ି କର୍ମୀଙ୍କ ଏହି ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ଅଙ୍ଗନବାଡ଼ି ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

Leave A Reply

Your email address will not be published.