ରାଉରକେଲା : ବିଶ୍ରା ଥାନା ଅଞ୍ଚଳରେ ପୋଲ ତଳୁ ବାଇକ୍ ଆରୋହୀ ଙ୍କ ମୃତ ଦେହ ଉଦ୍ଧାର।। ଭାରସାମ୍ୟ ହରାଇ ଖସି ପଡ଼ିଥିବା ସନ୍ଦେହ।

0 44

ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିବା ସନ୍ଦେହ।
ରାଉରକେଲା: ୨୭/୧୧
(ସତ୍ୟାନ୍ୟୂଜ) ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କଦମଟୋଲି ନିକଟରେ ଝରିଆ ଉପରେ ଥିବା ପୋଲ ତଳୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ମୋଟରସାଇକେଲ ଆରୋହୀଙ୍କ ପରିଚୟ ମିଳିଛି। ମୃତକ ହେଉଛନ୍ତି ବାରିଲେପ୍ତା ପଞ୍ଚାୟତର ଗୁଡ଼ଗୁଡ଼ା ଗ୍ରାମର ଫେଲିସ୍ ତିର୍କୀ।
ସୂଚନା ଅନୁଯାୟୀ, ଗତ ଗୁରୁବାର ସନ୍ଧ୍ୟାରେ ଫେଲିସ୍ ତିର୍କୀ ଚିତାପିଡ଼ି ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ରାତିରେ ଘରକୁ ଫେରୁଥିବା ସମୟରେ କଦମଟୋଲି ନିକଟ ମୁଖ୍ୟ ରାସ୍ତାର ଏକ ମୋଡ଼ରେ ଝରିଆ ଉପରେ ଥିବା ପୋଲରୁ ତଳକୁ ଖସିପଡ଼ିଥିବା ସନ୍ଦେହ କରାଯାଉଛି।
ଶୁକ୍ରବାର ସକାଳେ ସ୍ଥାନୀୟ ଲୋକଙ୍କମୃତଦେହ ଉପରେ ନଜର ପଡ଼ିବା ପରେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ସମୟରେ ଜଣେ ପରିଚିତ ବ୍ୟକ୍ତି ମୃତକଙ୍କୁ ଚିହ୍ନଟ କରିବା ପରେ ପରିବାରକୁ ଖବର ଦିଆଯାଇଥିଲା।
ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବିଶ୍ରା ଥାନା ପୋଲିସ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଶବ ଜବତ କରିବା ସହ ପଞ୍ଚନାମା କାର୍ଯ୍ୟ ସମ୍ପନ୍ନ କରିଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରଯାଇଛି।
ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବିଶ୍ରା ଥାନା ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.