ରାଉରକେଲା : ରାଉରକେଲା ଆଇନ୍ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ।। ଦୁଇ ଦିନ ଧରି କଲେଜ୍ ପରିସରରେ ଚାଲିବ।

0 51

ରାଉରକେଲା ଆଇନ ମହାବିଦ୍ୟାଳୟର ଦୁଇ ଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ।
ରାଉରକେଲା, ନଭେମ୍ବର ୨୧ (ସତ୍ୟାନ୍ୟୁଜ୍): ରାଉରକେଲା ଆଇନ ମହାବିଦ୍ୟାଳୟର ଦୁଇଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶନିବାର ନୟାବଜାରସ୍ଥିତ କଲେଜ ପରିସରରେ ଉଦ୍‌ଘାଟିତ ହୋଇଛି।
ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କମିଟିର ଆବାହକ ଗିରିଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍ ମୁରାହରି ଶ୍ରୀ ରମନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଝାଡ଼ଖଣ୍ଡ ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍ ଅନିଲ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିଥିଲେ।
ଏହି ଅବସରରେ ମହାବିଦ୍ୟାଳୟର ୫୦ ବର୍ଷର ଯାତ୍ରା ଓ ସଫଳତାକୁ ନେଇ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏଥିସହ ପୁରାତନ ଛାତ୍ରଛାତ୍ରୀ ଏବଂ ଉତ୍ସବରେ ଯୋଗଦେଇଥିବା ବିଶିଷ୍ଟ ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଲେଜ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।
ଦୁଇଦିନିଆ ଏହି ଉତ୍ସବକୁ ନେଇ କଲେଜ ପରିସରରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି।

Leave A Reply

Your email address will not be published.