ରାଉରକେଲା : ମହିଳାଙ୍କ ଠାରୁ ପର୍ସ ଲୁଟ୍ ଘଟଣାରେ ଜଣେ ଗିରଫ।। ଲୁଟ୍ ମୋବାଇଲ୍ ଫୋନ୍ ଜବତ।

0 77

ବାସନ୍ତୀ କଲୋନୀ ଓଭରବ୍ରିଜ୍ ନିକଟରେ ମହିଳାଙ୍କ ଠାରୁ ପର୍ସ ଲୁଟ୍ ଘଟଣାର ପର୍ଦ୍ଦାଫାସ୍। ଜଣେ ଗିରଫ।
ରାଉରକେଲା, ୨୧/୧୧ (ସତ୍ୟାନ୍ୟୁଜ୍): ରାଉରକେଲାରେ ବାସନ୍ତୀ ଓଭରବ୍ରିଜ୍ ନିକଟରେ ମହିଳାଙ୍କଠାରୁ ପର୍ସ ଲୁଟ୍ ଘଟଣାରେ ସଫଳତା ପାଇଛି ଉଦିତନଗର ପୋଲିସ। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରିଛି ପୋଲିସ।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୦ ତାରିଖରେ ଜଲି ରୟ ନାମକ ଜଣେ ମହିଳା ବାସନ୍ତୀ ଓଭରବ୍ରିଜ୍ ନିକଟ ରାସ୍ତାରେ ଯାଉଥିବା ସମୟରେ ତାଙ୍କଠାରୁ ଏକ ପର୍ସ ଲୁଟ୍ ହୋଇଥିଲା। ଉକ୍ତ ପର୍ସରେ ୬ ହଜାର ଟଙ୍କା ନଗଦ ଏବଂ ଏକ ସାମସଙ୍ଗ୍ ଗାଲାକ୍ସି A17 5G ମୋବାଇଲ୍ ଫୋନ୍ ଥିଲା। ଏନେଇ ଉଦିତନଗର ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ବେଳେ ମାଲଗୋଦାମ ଅଞ୍ଚଳର ୨୨ ବର୍ଷୀୟ ସଞ୍ଜୟ ଗୌଡ଼ଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କ ନିକଟରୁ ଲୁଟ୍ ହୋଇଥିବା ସାମସଙ୍ଗ୍ ଗାଲାକ୍ସି A17 5G ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି।
ଏହା ସହ ତାଙ୍କଠାରୁ ଆଉ ଏକ OPPO A54 ମୋବାଇଲ୍ ଫୋନ୍ ଏବଂ ସବୁଜ ରଙ୍ଗର ହ୍ୟାଣ୍ଡେଲ୍ ଥିବା ‘ମାଷ୍ଟର’ ଲେଖାଯୁକ୍ତ ଏକ ଛୁରୀ ମଧ୍ୟ ଜବତ କରିଛି ପୋଲିସ।
ଅଭିଯୁକ୍ତ ସଞ୍ଜୟ ଗୌଡ଼ଙ୍କ ନାମରେ ଏହି ମାମଲା ବ୍ୟତୀତ ଛେଣ୍ଡ ଥାନାରେ କେସ୍ ନମ୍ବର ୨୦୮/୨୦୨୬, ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୪(୨)/୩(୫) ଅନୁଯାୟୀ ଆଉ ଏକ ମାମଲା ମଧ୍ୟ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଘଟଣାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.