ରାଉରକେଲା : ଦୁବୃର୍ତ୍ତ ଙ୍କ ଆକ୍ରମଣରେ ଗୁରୁତର ରାଜସ୍ୱ ନିରୀକ୍ଷକ ଆପୋଲୋ ହସ୍ପିଟାଲ୍ ସ୍ଥାନାନ୍ତର।। ଜମି ମାଫିଆଙ୍କ ଠାରୁ ସୂପାରୀ ନେଇ ଆକ୍ରମଣ ହୋଇଥିବା ସୂଚନା

0 97

ରାଉରକେଲା : ୨୧/୧୧
(ସତ୍ୟାନ୍ୟୂଜ) ଦୁବୃର୍ତ୍ତ ଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ରେଭେନ୍ୟୁ ଇନ୍ସପେକ୍ଟର ଶ୍ରୀକାନ୍ତ ପାତ୍ରଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ଆପୋଲୋ ହସ୍ପିଟାଲ୍ ପଠା ଯାଇଛି। ଗତକାଲି ସେ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିରମିତ୍ରପୁର ତହସିଲ ଅନ୍ତର୍ଗତ ଖୁଣ୍ଟଗାଁରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ପାତ୍ରଙ୍କୁ ଝିରିପାଣି ନିକଟ ମିଟ୍ କୁନ୍ଦୁରୀ ଠାରେ ଶୁକ୍ରବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଲୁହା ରଡ୍ ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଖୁଣ୍ଟଗାଁରୁ ସରକାରୀ କାମ ସାରି ବାଇକ୍ ଯୋଗେ ଉଦିତନଗର ସ୍ଥିତ ଘରକୁ ଫେରୁଥିବା ବେଳେ ତାଙ୍କୁ ପିଛା କରି ଆକ୍ରମଣ କରାଯାଇଥିଲା। ଏଥିରେ ତାଙ୍କ ଗୋଡ଼ ଓ ହାତରେ ଗୁରୁତର ଆଘାତ ଲାଗିଛି। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅବୈଧ ଜମି କାରବାରରେ ସହଯୋଗ ନକରିବା ଏବଂ ଜମି ମାଫିଆଙ୍କ ଚାପରେ ନପଡ଼ିବାରୁ ଏହି ଆକ୍ରମଣ ହୋଇଥିବା ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। କର୍ତ୍ତବ୍ୟ ସମ୍ପାଦନ ସମୟରେ ସରକାରୀ କର୍ମଚାରୀ ଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସହକର୍ମୀ ମାନେ ଦାବି କରିଛନ୍ତି। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ଜମି ମାଫିଆ ଙ୍କ ଠାରୁ ସୂପାରୀ ନେଇ ଦୁବୃର୍ତ୍ତ ମାନେ ତାଙ୍କ ଉପରେ ଆକ୍ରମଣ କରିଥିବା ଆର ଆଇ ଶ୍ରୀକାନ୍ତ ପାତ୍ର କହିଛନ୍ତି।

Leave A Reply

Your email address will not be published.