ରାଉରକେଲା: ରେଭେନ୍ୟୁ ଇନ୍ସପେକ୍ଟର ଙ୍କୁ ମରଣାନ୍ତକ ଆକ୍ରମଣ।। ହସ୍ପିଟାଲ୍ ରେ ଭର୍ତ୍ତି।। ପୋଲିସ୍ ତଦନ୍ତ ଜାରି।

0 86

ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ। ହସପିଟାଲ ରେ ଭର୍ତ୍ତି।
ରାଉରକେଲା : ୨୧/୧୧
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ସରକାରୀ ଅଧିକାରୀଙ୍କ ଉପରେ ନିର୍ମମ ଆକ୍ରମଣ। ଖୁଣ୍ଟଗାଁରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ପାତ୍ରଙ୍କ ଉପରେ ଆକ୍ରମଣ ହୋଇଛି। ଝିରିପାଣି ନିକଟ
ମିଟ୍ କୁନ୍ଦୁରୀ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଶ୍ରୀକାନ୍ତ ପାତ୍ର ଖୁଣ୍ଟଗାଁରୁ ନିଜର ସରକାରୀ କାର୍ଯ୍ୟ ସାରି ବାଇକ୍ ଯୋଗେ ରାଉରକେଲାର ଉଦିତନଗରସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରି ରାସ୍ତାରେ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆକ୍ରମଣରେ ତାଙ୍କ ଗୋଡ଼ ଓ ହାତରେ ଗୁରୁତର ଆଘାତ ଲାଗିଛି। ପରେ ରାସ୍ତାରେ ଯାଉଥିବା ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆ ଯାଇଥିଲା।
ତେବେ ଅବୈଧ ଜମି କାରବାର ଓ ଜମି ମାଫିଆଙ୍କ ଚାପରେ ନପଡ଼ି ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଏଭଳି ଆକ୍ରମଣ କରାଯାଇଥିବା ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ତେବେ ଆକ୍ରମଣର ପ୍ରକୃତ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।
ଜଣେ ସରକାରୀ ଅଧିକାରୀଙ୍କୁ ନିଜ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ଏଭଳି ଆକ୍ରମଣ ଘଟଣା ଜିଲ୍ଲାରେ ଚିନ୍ତାର ବିଷୟ ପାଲଟିଛି।
ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବା ସହ ଜମି ମାଫିଆଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହେଉଛି।

Leave A Reply

Your email address will not be published.