ରାଉରକେଲା : ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ସ୍ମରଣରେ ଜେପି ହସ୍ପିଟାଲ ରେ କାର୍ଯ୍ୟକ୍ରମ।। ଟ୍ରାଫିକ ପୋଲିସଙ୍କ ସହ ଅନ୍ୟମାନେ ସମ୍ବର୍ଦ୍ଧିତ।

0 93

ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ସ୍ମରଣ କଲା ଜୟପ୍ରକାଶ ହସ୍ପିଟାଲ। ଟ୍ରାଫିକ୍ ପୋଲିସ ଓ PM ରାହତ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ରାଉରକେଲା: ୧୯/୧୧(ସତ୍ୟାନ୍ୟୂଜ) ଜୟପ୍ରକାଶ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବିଶ୍ୱ ସଡ଼କ ଦୁର୍ଘଟଣା ପୀଡ଼ିତ ସ୍ମରଣ ଦିବସ ପାଳନ କରାଯାଇଛି। ଏହି ଅବସରରେ ହସ୍ପିଟାଲର କନଭେନସନ୍ ସେଣ୍ଟରରେ ଏକ ସ୍ମୃତିଚାରଣ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା।
ସଡ଼କ ଦୁର୍ଘଟଣାରେ ଜୀବନ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସଡ଼କ ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ଦୁର୍ଘଟଣା ପରେ ତୁରନ୍ତ ସହାୟତା ଯୋଗାଇ ଅନେକ ଜୀବନ ବଞ୍ଚାଇବାରେ ଭୂମିକା ଗ୍ରହଣ କରିଥିବା ଟ୍ରାଫିକ୍ ପୋଲିସ କର୍ମଚାରୀ ଓ PM ରାହତ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ହସ୍ପିଟାଲର ଚେୟାରମ୍ୟାନ୍ ସଞ୍ଜୟ ବଂଶଲ, ମ୍ୟାନେଜିଂ ଡାଇରେକ୍ଟର ଡାକ୍ତର ଚନ୍ଦନ ବଂଶଲ ଏବଂ ସିଇଓ ତଥା ଡିନ୍ ଡାକ୍ତର ଦେବେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ସମାରୋହ ଆୟୋଜିତ ହୋଇଥିଲା। ହସ୍ପିଟାଲର ଟ୍ରମା ଚିକିତ୍ସକ ଟିମ୍ ମଧ୍ୟ ଉପସ୍ଥିତ ଥିଲେ।
ପୋଲିସ ବିଭାଗ ପକ୍ଷରୁ ଅତିରିକ୍ତ ଏସ୍‌ପି ଶ୍ରାବଣୀ, ବ୍ରାହ୍ମଣୀତରଙ୍ଗର ଅତିରିକ୍ତ ଆଇଆଇସି ସ୍ୱର୍ଣ୍ଣମୟୀ ସେନ୍ଧା, ଏସ୍‌ଆଇ ପ୍ରିୟବ୍ରତ ବେହେରା ଓ ଏଏସ୍‌ଆଇ ସଂଗ୍ରାମ ବେଉରା ଯୋଗଦେଇଥିଲେ।
ବକ୍ତାମାନେ କହିଥିଲେ ଯେ, ସଡ଼କ ଦୁର୍ଘଟଣା ପରେ ପ୍ରଥମ ଏକ ଘଣ୍ଟା ଅର୍ଥାତ୍ ଗୋଲଡେନ୍ ଆୱାର ମଧ୍ୟରେ ଆହତଙ୍କୁ ଚିକିତ୍ସା ସହାୟତା ମିଳିବା ଅତ୍ୟନ୍ତ ଜରୁରୀ। ପୋଲିସ, ଉଦ୍ଧାରକାରୀ ଦଳ ଓ ହସ୍ପିଟାଲ ମଧ୍ୟରେ ସମନ୍ୱୟ ରହିଲେ ଦୁର୍ଘଟଣାଜନିତ ମୃତ୍ୟୁକୁ ଅନେକ ମାତ୍ରାରେ ରୋକାଯାଇପାରିବ।

Leave A Reply

Your email address will not be published.