ରାଉରକେଲା : ଦ୍ରୁତଗାମୀ କାର ଧକ୍କାରେ ଯୁବକଙ୍କ ମୃତ୍ୟୁ।। କାର୍ଯ୍ୟନୁଷ୍ଠାନ ଦାବିରେ ପରିବାର ଲୋକେ ଥାନାରେ ଦାବି କଲେ।
ଦ୍ରୁତଗାମୀ କାର୍ ଧକ୍କାରେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ। ପ୍ଲାଣ୍ଟସାଇଟ୍ ଥାନାରେ ନ୍ୟାୟ ଦାବିରେ ପହଞ୍ଚିଲେ ପରିବାର ଓ ସ୍ଥାନୀୟ ଲୋକେ।
ରାଉରକେଲା:୧୭/୧୧
(ସତ୍ୟାନ୍ୟୂଜ) ବେପରୁଆ ଗାଡ଼ି ଚାଳନା ପୁଣି ନେଲା ଜଣେ ଯୁବକଙ୍କ ଜୀବନ। ରବିବାର ଅପରାହ୍ନରେ ରାଉରକେଲା ବିଶ୍ରା ଛକ ନିକଟରେ ଏକ ଦ୍ରୁତଗାମୀ କାର୍ ଧକ୍କାରେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତ ଯୁବକ ୫ ନମ୍ୱର୍ ସେକ୍ଟର ଗୋଲଘର ଅଞ୍ଚଳର ବାସିନ୍ଦା ସୁମିତ ନନ୍ଦ ବୋଲି ଜଣାପଡ଼ିଛି। ସେ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ।
ଦୁର୍ଘଟଣା ପରେ ସମ୍ପୃକ୍ତ କାର୍ଟି ଠାବ ହୋଇଥିବା ଜଣାପଡ଼ିଛି। ତେବେ କାର୍ର ଚାଳକ ଓ ମାଲିକ ସାମ୍ନାକୁ ଆସିନଥିବାରୁ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ପ୍ଲାଣ୍ଟସାଇଟ୍ ଥାନାରେ ପହଞ୍ଚି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ପୋଲିସ୍ ଘଟଣାର ତଦନ୍ତ କରୁଛନ୍ତି।