ରାଉରକେଲା : ସୁନ୍ଦରଗଡ଼ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ।। ସଞ୍ଜୀବ ମହାପାତ୍ର , ସଭାପତି , ସଞ୍ଜୀବ ନାୟକ ସମ୍ପାଦକ।
ସୁନ୍ଦରଗଡ଼ ସାମ୍ବାଦିକ ସଂଘର ନୂତନ କମିଟି ଗଠିତ, ସର୍ବସମ୍ମତିକ୍ରମେ ସଞ୍ଜୀବ ମହାପାତ୍ର ସଭାପତି ସଞ୍ଜୀବ ନାୟକ ସମ୍ପାଦକ ନିର୍ବାଚିତ।
ସୁନ୍ଦରଗଡ଼, ୧୯/୧୧ ସତ୍ୟାନ୍ୟୂଜ): ସୁନ୍ଦରଗଡ଼ ସାମ୍ବାଦିକ ସଂଘର ନୂତନ କମିଟି ସର୍ବସମ୍ମତିକ୍ରମେ ଗଠନ କରାଯାଇଛି। ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ସଂଗଠନର ସୁଦୃଢ଼ୀକରଣ ଏବଂ ସଂଘର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ଏହି ନୂତନ କମିଟି ଗଠନ କରାଯାଇଛି।
ସଂଘର ଉପଦେଷ୍ଟା ସତ୍ୟାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆବାହକ ଅଶୋକ ଦାସ ବୈଠକର କାର୍ଯ୍ୟ ପରିଚାଳନା କରିଥିଲେ। ବୈଠକରେ ପୂର୍ବ କମିଟିକୁ ଭଙ୍ଗ କରି ନୂତନ କମିଟି ଗଠନ କରିବାକୁ ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ।
ନୂତନ କମିଟିରେ ସତ୍ୟାନନ୍ଦ ମହାନ୍ତି ଓ ସତ୍ୟାନନ୍ଦ ବେହେରାଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିବାବେଳେ ଅଶୋକ ଦାସ ଆବାହକ ଦାୟିତ୍ୱରେ ରହିବେ। ସଞ୍ଜୀବ ମହାପାତ୍ର ସଭାପତି ଏବଂ ଦେବାଶିଷ କବି କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।
ସେହିପରି ରାଜେନ୍ଦ୍ର ବେହେରା, ରଣଜିତ ଚୌଧୁରୀ ଓ ଆଲୋକ କର ଉପସଭାପତି ଏବଂ ସଞ୍ଜୀବ କୁମାର ନାୟକ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଅବିନାଶ ଶର୍ମା, ସୁଧୀର ଦାସ ଓ ସୁଜ୍ଞାନୀ ରାୟ ଯୁଗ୍ମ ସମ୍ପାଦକ ଦାୟିତ୍ୱ ତୁଲାଇବେ।
ଏହାବ୍ୟତୀତ ସୁଜିତ ମହାନ୍ତିଙ୍କୁ ସଂଗଠନ ସମ୍ପାଦକ, ସୁଦର୍ଶନ ଜେନାଙ୍କୁ କୋଷାଧ୍ୟକ୍ଷ, ମୀନାକ୍ଷୀ ନାୟକଙ୍କୁ ସଂଯୋଜିକା ଏବଂ ନାଗେଶ ପାଢ଼ୀଙ୍କୁ ଆଇଟି ସେଲ୍ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି।
ନୂତନ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ପ୍ରକାଶ ମହାକୁଳ, ପଙ୍କଜ କୁମାର ମହାନ୍ତି, ଅଭୟ ନାୟକ, ସଞ୍ଜୟ ସାହୁ, ହିମାଂଶୁ ଗୌଡ଼, ସୁରଜିତ ନନ୍ଦ, ସୁନୀଲ ପଣ୍ଡା, ଗଣେଶ ସାହୁ ଓ ସରୋଜ ମହାନ୍ତିଙ୍କୁ ସାମିଲ କରାଯାଇଛି।
ବୈଠକରେ ସଂଗଠନକୁ ଆହୁରି ସୁଦୃଢ଼ କରିବା, ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ଓ ଏକତା ବଜାୟ ରଖିବା ସହ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ସମସ୍ତଙ୍କ ସକ୍ରିୟ ସହଯୋଗ ଉପରେ ଆଲୋଚନା ହୋଇଥିଲା।
ସାମ୍ବାଦିକ ସମାଜର ବୃହତ୍ତର ସ୍ୱାର୍ଥ ରକ୍ଷା ଏବଂ ସଂଗଠନର ଉନ୍ନତି ପାଇଁ ନୂତନ କମିଟିର ସମସ୍ତ ସଦସ୍ୟ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ।