ରାଉରକେଲା : ହୃଷୀକେଶ ରାୟଙ୍କ ପ୍ରତିମୂର୍ତ୍ତି କଲେଜ୍ ପରିସରରେ ସ୍ଥାପନ କରାଗଲା।। ପ୍ରତିମୂର୍ତ୍ତି ଅନାବରଣ କଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ।

0 52

ହୃଷୀକେଶ ରାୟ ମହାବିଦ୍ୟାଳୟରେ ପ୍ରତିଷ୍ଠିତ ରାଜନୀତିଜ୍ଞ ହୃଷୀକେଶ ରାୟଙ୍କ ପ୍ରତିମୂର୍ତ୍ତି ଅନାବରଣ
ରାଉରକେଲା, ନଭେମ୍ବର ୧୪ (ସତ୍ୟାନ୍ୟୂଜ): ରାଉରକେଲା ଛେଣ୍ଡ୍ କଲୋନୀସ୍ଥିତ ହୃଷୀକେଶ ରାୟ ମହାବିଦ୍ୟାଳୟ ପରିସରରେ ଶନିବାର ପ୍ରତିଷ୍ଠିତ ରାଜନୀତିଜ୍ଞ ତଥା ସମାଜସେବୀ ସ୍ୱର୍ଗତ ହୃଷୀକେଶ ରାୟଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି।
ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଏହି ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ। ଏହି ଅବସରରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅତିଥି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ୧୯୮୦ ଦଶକରେ ରାଉରକେଲା ଡେଲି ମାର୍କେଟ୍ ଟାଉନ୍ ହାଇସ୍କୁଲ ପରିସରରେ ‘ସିଟି କଲେଜ’ ନାମରେ ଏହି ମହାବିଦ୍ୟାଳୟର ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟସଭା ସଦସ୍ୟ ଦିଲୀପ ରାୟଙ୍କ ପିତା ହୃଷୀକେଶ ରାୟଙ୍କ ସ୍ମୃତିରେ କଲେଜର ନାମକରଣ କରାଯାଇଥିଲା। ଏବେ ମହାବିଦ୍ୟାଳୟ ପରିସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସହ ତାଙ୍କ ସ୍ମୃତି ଓ ଅବଦାନକୁ ସମ୍ମାନ ଜଣାଯାଇଛି।

Leave A Reply

Your email address will not be published.