ରାଉରକେଲା : ଛଟ୍ ପର୍ବ ପାଇଁ ରାଉରକେଲା ଇସ୍ପାତ ସହର ଚଳଚଞ୍ଚଳ।। ନଦୀ ଘାଟରେ ପ୍ରସ୍ତୁତି ଚାଲିଥିବା ବେଳେ ବଜାରରେ ପୂଜା ସାମଗ୍ରୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ।

0 91

ରାଉରକେଲା : ୧୪/୧୧
(ସତ୍ୟାନ୍ୟୂଜ) ନିଜ ସନ୍ତାନ , ସନ୍ତନ୍ତି ଙ୍କ ଦୀର୍ଘ ଜୀବନ କାମନା କରିବା ସହ ପରିବାର ର ମଙ୍ଗଳ କାମନା କରି ଛଟ୍ ପର୍ବରେ ଛଟି ମା ଙ୍କୁ ପୂଜା କରା ଯାଇଥାଏ। ଏହା ସହ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କୁ ମଧ୍ୟ ପୂଜାର୍ଚ୍ଚନା କରା ଯାଇଥାଏ । ଏହି ଚାରି ଦିନିଆ ପର୍ବରେ ଘର ର ମହିଳା ମାନେ ୩୬ ଘଣ୍ଟା ନିର୍ଜଳା ଉପବାସ ରହି ତୃତୀୟ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଥାନ୍ତି। ଚତୁର୍ଥ ଦିନରେ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସହ ବ୍ରତ ଭାଙ୍ଗି ଥାଆନ୍ତି। ବିହାର ପ୍ରଦେଶ ର ମହାପର୍ବ ଛଟ୍ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା। ବିଭିନ୍ନ୍ ନଦୀ ଘାଟ ଏବଂ ଜଳାଶୟ ନିକଟରେ ପୂଜା ଲାଗି ପ୍ରସ୍ତୁତି ଚାଲି ଥିବା ବେଳେ ପୂଜାର୍ଚ୍ଚନା ଲାଗି ବଜାରରେ ବିଭିନ୍ନ ଫଳ ମୂଳ ସହ ପୂଜା ସାମଗ୍ରୀ ବିକ୍ରି ଚାଲିଛି। ଛଟ୍ ପର୍ବ ପାଇଁ ରାଉରକେଲା ମହାନଗର ନିଗମ ଏବଂ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରା ଯାଇଛି।

Leave A Reply

Your email address will not be published.