ରାଉରକେଲା : ରାଜ୍ୟ ସରକାରଙ୍କ ବସ ଭଡା ବୃଦ୍ଧି ନିଷ୍ପତ୍ତି କୁ ପ୍ରତିବାଦ।। ସୁନ୍ଦରଗଡ଼ ପରିବହନ ଶ୍ରମିକ ଓ କର୍ମଚାରୀ ସଂଘର ବିକ୍ଷୋଭ।

0 90

ରାଉରକେଲା : ୧୪/୧୧
(ସତ୍ୟାନ୍ୟୂଜ) ରାଜ୍ୟ ସରକାର ଗୁରୁବାର ଦିନ ଯାତ୍ରୀବାହୀ ବସ ଭଡା ପୁଣି ବଢ଼ାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଏବଂ ପ୍ରତିକ୍ରିୟା ଦେଖା ଦେଇଛି। ଚଳିତ ବର୍ଷ ମେ ୧୫ ଏବଂ ଜୁନ୍ ୨ ରେ ବସ୍ ଭଡା ବଢ଼ିଥିବା ବେଳେ ପୁଣି ତୃତୀୟ ଥର ପାଇଁ ବସ ଭଡା ବଢ଼ିବା ସବୁ ସ୍ତରର ଲୋକଙ୍କୁ ବାଧୁଛି। ପୂର୍ବରୁ ବସ୍ ଭଡା କିଲୋମିଟର ପିଛା ୨ ରୁ ୫ ପଇସା ବଢୁଥିବା ବେଳେ ଏଥର ଏକା ଥରକେ ୨୬ ପଇସା ବଢିଛି। ଏକ୍ସପ୍ରେସ ବସ ପାଇଁ ୨୮ ପଇସା କିଲୋମିଟର ପିଛା ବଢ଼ିଛି।
ବସ ଭଡା ବୃଦ୍ଧି ପ୍ରତିବାଦରେ ଆଜି ସୁନ୍ଦରଗଡ଼ ପରିବହନ କର୍ମଚାରୀ ସଂଘ ପକ୍ଷରୁ ରାଉରକେଲା ବସ୍ ଷ୍ଟାଣ୍ଡ ରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ସିଟୁ ଅନୁବନ୍ଧିତ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ ଏବଂ ମିନି ବସ୍ ସଂଘ ର କର୍ମକର୍ତ୍ତା ମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ପଟ୍ରୋଲ, ଡିଜେଲ ଦର ହ୍ରାସ ସହ ବୀମା ରାଶି କମ କରି ଏବଂ ଟୋଲ୍ ଟ୍ୟାକ୍ସ ହ୍ରାସ କରାଯାଇ ବସ ଭଡା ବୃଦ୍ଧି ରୋକିବାକୁ ପରାମର୍ଶ ଦିଆ ଯାଇଥିଲା ।

Leave A Reply

Your email address will not be published.