ରାଉରକେଲା : ଆରଟିଓ ଅଫିସ ଇ – ଚାଲାଣ ମାଧ୍ୟମରେ ୬ ଲକ୍ଷ ଠକେଇ।। ମୁମ୍ବାଇରୁ ଅଭିଯୁକ୍ତ ବ୍ୟାଙ୍କ୍ କର୍ମଚାରୀଙ୍କୁ ଗିରଫ କଲା ରାଉରକେଲା ପୋଲିସ୍।
ଫେକ୍ ଇ-ଚାଲାଣ APK ନାଁରେ ୬ ଲକ୍ଷ ଟଙ୍କାର ସାଇବର ଠକେଇ! ମୁମ୍ବାଇରୁ ବ୍ୟାଙ୍କ କର୍ମଚାରୀ ଗିରଫ
ରାଉରକେଲା : ୧୩/୧୧
(ସତ୍ୟାନ୍ୟୂଜ) ରାଉରକେଲା ପୋଲିସର ବଡ଼ ଆକ୍ସନ୍ | ଅଭିଯୁକ୍ତଙ୍କ ଆକାଉଣ୍ଟ ଓ କ୍ରେଡିଟ୍ କାର୍ଡରେ ୧୮.୭୦ ଲକ୍ଷ ଟଙ୍କାର ସାଇବର ଠକେଇର ଖୁଲାସା
ଫେକ୍ ଇ-ଚାଲାଣ APK ଜରିଆରେ ସାଇବର ଠକେଇ। ୬ ଲକ୍ଷ ଟଙ୍କା ହରାଇଲେ ରାଉରକେଲାର ଜଣେ ବ୍ୟକ୍ତି। ମୁମ୍ବାଇରୁ HDFC ବ୍ୟାଙ୍କ କର୍ମଚାରୀ ଗିରଫ। ରାଉରକେଲା ପୋଲିସର ତଦନ୍ତରେ ଦେଶର ବିଭିନ୍ନ ରାଜ୍ୟରେ ୧୮ ଲକ୍ଷ ୭୦ ହଜାର ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାସ୍।
ଆପଣଙ୍କ ମୋବାଇଲ୍କୁ ଆସୁଛି କି ଇ-ଚାଲାଣ ମେସେଜ୍? ଯଦି ଆସୁଛି, ତେବେ ସାବଧାନ! ଗୋଟିଏ ଭୁଲ୍ କ୍ଲିକ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କରିପାରେ ଖାଲି। ଫେକ୍ ଇ-ଚାଲାଣ APK ଫାଇଲ୍ ଜରିଆରେ ରାଉରକେଲାରେ ପ୍ରାୟ ୬ ଲକ୍ଷ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ। ଏହି ମାମଲାରେ ମୁମ୍ବାଇରୁ ଜଣେ HDFC ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରାଯାଇଛି। ତେବେ ତଦନ୍ତରୁ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଓ କ୍ରେଡିଟ୍ କାର୍ଡ ଜରିଆରେ ଦେଶର ବିଭିନ୍ନ ରାଜ୍ୟରେ ୧୮ ଲକ୍ଷ ୭୦ ହଜାର ଟଙ୍କାର ସାଇବର ଠକେଇ ହୋଇଥିବା ଜଣାପଡ଼ିଛି।
ରାଉରକେଲାରେ ସାଇବର ଠକେଇର ଏକ ବଡ଼ ନେଟୱର୍କର ପର୍ଦ୍ଦାଫାସ୍ କରିଛି ପୋଲିସ। ଫେକ୍ ଇ-ଚାଲାଣ APK ଫାଇଲ୍ ଜରିଆରେ ଜଣେ ବ୍ୟକ୍ତିଙ୍କଠାରୁ ପ୍ରାୟ ୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗର ତଦନ୍ତ କରି ମୁମ୍ବାଇରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ।
ଗିରଫ ଅଭିଯୁକ୍ତ ଜଣକ HDFC ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ପୋଲିସର ତଦନ୍ତରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଓ କ୍ରେଡିଟ୍ କାର୍ଡ ଜରିଆରେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୮ ଲକ୍ଷ ୭୦ ହଜାର ଟଙ୍କାର ସାଇବର ଠକେଇ ହୋଇଥିବା ତଥ୍ୟ ମିଳିଛି।
ସାଇବର ଠକମାନେ ଆରଟିଓ ଅଫିସ୍ ନାଁରେ ନକଲି ଇ-ଚାଲାଣ ମେସେଜ୍ ପଠାଇ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି। ମେସେଜ୍ ସହିତ ଆସୁଥିବା APK ଫାଇଲ୍ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା ପରେ ମୋବାଇଲ୍ ତଥ୍ୟ ଓ ବ୍ୟାଙ୍କିଙ୍ଗ୍ ସୂଚନା ହାସଲ କରି ଠକେଇ କରାଯାଉଥିବା ଆଶଙ୍କା ରହିଛି।
ଏହି ଘଟଣାର ତଦନ୍ତରୁ ସାଇବର ଠକେଇର ଲିଙ୍କ୍ କେବଳ ରାଉରକେଲାରେ ସୀମିତ ନରହି ଦେଶର ବିଭିନ୍ନ ରାଜ୍ୟକୁ ଲମ୍ବିଥିବା ଜଣାପଡ଼ିଛି। ଏସପି କାର୍ଯ୍ୟାଳୟରେ ଏହି ମାମଲା ସମ୍ପର୍କରେ ଅଧିକ ତଥ୍ୟ ଉନ୍ମୋଚନ କରାଯାଇଛି।
ତେବେ ଏହି ଠକେଇ ପଛରେ ଆଉ କେଉଁମାନଙ୍କ ହାତ ରହିଛି ଏବଂ ଏହି ନେଟୱର୍କର ଚେର କେତେ ଦୂର ଲମ୍ବିଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଅଜଣା ନମ୍ବରରୁ ଆସୁଥିବା ଇ-ଚାଲାଣ ଲିଙ୍କ୍ କିମ୍ବା APK ଫାଇଲ୍ ଡାଉନଲୋଡ୍ କରନ୍ତୁ ନାହିଁ। କେବଳ ସରକାରୀ ୱେବସାଇଟ୍ରେ ନିଜ ଚାଲାଣ ଯାଞ୍ଚ କରନ୍ତୁ।