ରାଉରକେଲା : ରାଉରକେଲାରେ ରାଜ୍ୟ ପୋଲିସ୍ ମହା ନିର୍ଦ୍ଦେଶକ ବିନୟ ତୋଷ ମିଶ୍ର।। ଡିଆଇଜି ଅଫିସ ରେ ଉଚ୍ଚସ୍ତରୀୟ ବୈଠକ।

0 74

ରାଉରକେଲା : ୧୧/୧୧
(ସତ୍ୟାନ୍ୟୁଜ) ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ତାଙ୍କ ଏକ ଦିବସୀୟ ଗସ୍ତ ରେ ଆଜି ଆସି ରାଉରକେଲାରେ ପହଞ୍ଚିଛନ୍ତି। ସହରରେ ପହଞ୍ଚିବା ପରେ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଡିଜିପି ଯୋଗ ଦେଇଥିଲେ। ଏହି ବୈଠକରେ ପଶ୍ଚିମାଞ୍ଚଳ ଡଆଇଜି ବ୍ରିଜେଶ କୁମାର ରାଏ , ରାଉରକେଲା ଏସପି ନୀତେଶ ୱାଧୱାନି, ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ୍ କୌର , କେନ୍ଦୁଝର ଏସପି ନୀତିନ କୁଶଲକର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ରାଉରକେଲା , କେନ୍ଦୁଝର , ସୁନ୍ଦରଗଡ଼ ପୋଲିସ୍ ଜିଲ୍ଲାର ଅପରାଧ ହାର , ଅପରାଧ ନିୟନ୍ତ୍ରଣ , ପୋଲିସ୍ ର କାର୍ଯ୍ୟଧାରା , ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର , ଏଡିଏମ୍ ଦିନା ଦସ୍ତଗିର ପ୍ରମୁଖ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.