ରାଉରକେଲା : ସହରର ୩ ଟି ୱାର୍ଡ ପରିଦର୍ଶନ କଲେଆରଏମସି କମିଶନର।। ବିଭିନ୍ନ ସମସ୍ୟା ବାବଦରେ ଲୋକଙ୍କ ସହ ସିଧାସଳଖ କଥା ହେଲେ।
୧୬ , ୧୭ , ୧୮ ନମ୍ୱର୍ ୱାର୍ଡ ପରିଦର୍ଶନ କଲେ ମହାନଗର ନିଗମ ଆୟୁକ୍ତ।
ରାଉରକେଲା: ୬/୧୧
(ସତ୍ୟାନ୍ୟୁଜ) ରାଉରକେଲା ସହରର ବିଭିନ୍ନ ୱାର୍ଡରେ ରହିଥିବା ସମସ୍ୟାର ସମୀକ୍ଷା କରିବା ସହ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି ମହାନଗର ନିଗମ ଆୟୁକ୍ତ ଦୀନା ଦସ୍ତଗୀର। ୧୬, ୧୭ ଓ ୧୮ ନମ୍ବର ୱାର୍ଡ ପରିଦର୍ଶନ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ପରିମଳ, ରାସ୍ତା ମରାମତି ଓ ଜଳ ନିଷ୍କାସନ ସମସ୍ୟାର ସମାଧାନ ଉପରେ ଦେଇଛନ୍ତି ଗୁରୁତ୍ୱ।
ଏହି ପରିଦର୍ଶନ ସମୟରେ ସେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥାନୀୟ ସମସ୍ୟାର ସ୍ଥିତି ଅନୁଧ୍ୟାନ କରିବା ସହ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଅଞ୍ଚଳରେ ପରିମଳ ବ୍ୟବସ୍ଥା, ରାସ୍ତାଘାଟର ମରାମତି ଏବଂ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଲୋକଙ୍କଠାରୁ ଅଭିଯୋଗ ଓ ପରାମର୍ଶ ଶୁଣିଥିଲେ ଆୟୁକ୍ତ।
ସହରରେ ସ୍ୱଚ୍ଛତା ବଜାୟ ରଖିବା ସହ ରାସ୍ତା ମରାମତି ଏବଂ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ସେ ଗୁରୁତ୍ୱାରୋପ କରିଥିଲେ।