ସୁନ୍ଦରଗଡ଼ : ଗୁଳି ମାଡ଼ରେ ଯୁବକ ମୃତ।। ଦର୍ଲିପାଲି ରେ ଗୁଳି ମାଡ଼।। ଦୁଇ ୟୁନିଅନ ମଧ୍ୟରେ ବିବାଦ ପରେ ଗୁଳି କାଣ୍ଡ।

0 68

ସୁନ୍ଦରଗଡ଼ : ୫/୧୧
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ଗୁଳି ମାଡ ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଛି। ଦରଲିପାଲିରେ ଘଟିଛି ଏହି ଗୁଳିକାଣ୍ଡ।
ଦୁଇ ୟୁନିୟନ ମଧ୍ୟରେ ବିବାଦ କୁ ନେଇ ଜୋରଦାର ଝଗଡା ପରେ ଗୁଳି ମାଡ ହୋଇଥିବା ସୂଚନା। ମୃତକ ହେଲେ ସୁନୀଲ ନେଟି। ପାଉଁଶ ପରିବହନ କୁ ନେଇ ବିବାଦ ଆରମ୍ଭ ହୋଇଥିବା କୁହା ଯାଉଛି।
ବିବାଦ ପରେ ଗୋଟିଏ ଗୋଷ୍ଠୀ ସଦସ୍ୟ ଗୁଳି ମାଡ କରିଥିଲେ। ସୁନୀଲ ଙ୍କ ଛାତି ରେ ଗୁଳି ବାଜି ଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଛି
ଘଟଣା ସ୍ଥଳ ରେ ପୋଲସି ପହଂଚି ସିସି ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ସଂଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Leave A Reply

Your email address will not be published.