ବାଲେଶ୍ୱର : ୬/୧୧
(ସତ୍ୟାନ୍ୟୁଜ) ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଲିଆପାଳ ସବ୍-ରେଜିଷ୍ଟ୍ରାର।
ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ତଥା ଓଆରଏସ୍ ଅଧିକାରୀ ମନୀଷା ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ।
ସୂଚନା ଅନୁସାରେ ଏକ ଜମିର ବିକ୍ରୟ କବଲା ପଞ୍ଜୀକରଣ କରିବା ପାଇଁ ଜଣେ ବ୍ୟକ୍ତି ସବ୍-ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଥିଲେ। ଏହି କାମ ପାଇଁ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ପରେ ଟଙ୍କା କମାଇ ୭ ହଜାର କରିଥିଲେ।
ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନା ଅନୁଯାୟୀ ଚଢ଼ାଉ କରାଯାଇଥିଲା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ମନୀଷା ମିଶ୍ରଙ୍କୁ ଧରିବା ସହ ସମସ୍ତ ୭ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ଏହା ସହ ସବ ରେଜିଷ୍ଟ୍ରାର ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।