ରାଉରକେଲା : ଆସନ୍ତାକାଲି ଠାରୁ ରାଉରକେଲାରେ ଆରମ୍ଭ ହେବ ଇଣ୍ଡିଆନ୍ ଫୁଟବଲ୍ ଲିଗ୍।। ୫ ବିଦେଶୀ ଟିମ୍ ସହ ଯୋଗ ଦେବେ ୧୧ ଟି ଦଳ।।

0 57

ରାଉରକେଲା : ୪/୧୧
(ସତ୍ୟାନ୍ୟୁଜ) ରାଉରକେଲାରେ ପ୍ରଥମ ଥର ଲାଗି ଆୟୋଜିତ ହେଉଛି ଇଣ୍ଡିଆନ୍ ଫୁଟବଲ୍ ଲିଗ୍। ଫୁଟବଲ୍ ଖେଳ ର ପୂର୍ବ ଗୌରବ ଓଡ଼ିଶାରେ ଫେରାଇ ଆଣିବା ଲାଗି ସମ୍ବଲପୁର ବିଧାୟକ ତଥା ସମଲେଶ୍ୱରୀ ସ୍ପୋଟିଂ ର ଅଧ୍ୟକ୍ଷ ଜୟ ନାରାୟଣ ମିଶ୍ରଙ୍କ ଏହା ଏକ ପ୍ରୟାସ। ପୂର୍ବରୁ ରାଉରକେଲା ରେ ସନ୍ତୋଷ ଟ୍ରଫି ହୋଇ ଯାଇଛି। ମାତ୍ର ପ୍ରଥମ ଥର ଲାଗି ଏକ ଆନ୍ତର୍ଜାତିକ ଫୁଟବଲ୍ ଲିଗ୍ ଏଠାରେ ବିର୍ସା ମୁଣ୍ଡା ଆଥେଲେଟିକ ଷ୍ଟାଡିୟମ୍ ରେ ହେବ। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଏହି ଫୁଟବଲ୍ ଲିଗ୍ ରେ ସମୁଦାୟ ୧୧ ଟି ଦଳ ଥିବା ବେଳେ ୧୦ ଟି ମ୍ୟାଚ୍ ହେବ। ଲିଗ୍ ଖେଳ ରେ ୫ ଟି ବିଦେଶୀ ଟିମ୍ ଥିବା ବେଳେ ଓଡ଼ିଶାର ଏକ ମାତ୍ର ଟିମ୍ ସମଲେଶ୍ୱରୀ ସ୍ପୋଟିଂ ରହିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆ ଯାଇଛି।

Leave A Reply

Your email address will not be published.