ରାଉରକେଲା : ମୋବାଇଲ୍ ଫୋନ୍ ଚୋରି କରିଥିବା ରାକେଟ୍ ଠାବ।। ୪ ଗିରଫ।। ୪ ମୋବାଇଲ୍ ଫୋନ୍ ଜବତ ।

0 76

ରାଉରକେଲା : ୪/୧୧
(ସତ୍ୟାନ୍ୟୁଜ) ରାଉରକେଲା ପାନପୋଷ ମାର୍କେଟରୁ ମୋବାଇଲ୍ ଚୋରି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପାନପୋଷ ପୋଲିସ। ଗିରଫ ଅଭିଯୁକ୍ତଙ୍କଠାରୁ ୪ଟି ଚୋରି ମୋବାଇଲ୍ ଫୋନ୍ ଜବତ ହୋଇଛି।
ଗତ ନଭେମ୍ବର ୧ ତାରିଖରେ ପାନପୋଷ ମାର୍କେଟରେ ପରିବା କିଣୁଥିବା ସମୟରେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଓପୋ ମୋବାଇଲ୍ ଚୋରି ହୋଇଥିଲା। ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୪ ଜଣଙ୍କୁ ଧରିଛି।
ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବାସିନ୍ଦା। ସେମାନଙ୍କଠାରୁ ଓପୋ, ୱାନ୍‌ପ୍ଲସ୍, ଟେକ୍ନୋ ଓ ଭିଭୋ କମ୍ପାନୀର ୪ଟି ସ୍ମାର୍ଟଫୋନ୍ ଜବତ ହୋଇଛି।
ପଚରାଉଚରା ବେଳେ ଅଭିଯୁକ୍ତମାନେ ଅନ୍ୟ କେତେକ ଚୋରି ଘଟଣାରେ ମଧ୍ୟ ସମ୍ପୃକ୍ତି ସ୍ୱୀକାର କରିଥିବା ପୋଲିସ କହିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.