ରାଉରକେଲା : ଉଦଘାଟିତ ହେଲା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତା।। ଯୋଗ ଦେଲେ ୧୬ ହକି ଟିମ୍।

0 27

ରାଉରକେଲାରେ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତା ଆରମ୍ଭ।
ରାଉରକେଲା : ୩/୧୧
(ସତ୍ୟାନ୍ୟୁଜ) ରାଉରକେଲାରେ ଆରମ୍ଭ ହୋଇଛି ମହିଳା ହକିର ଏକ ବଡ଼ କ୍ରୀଡ଼ା ମହାକୁମ୍ଭ। ସେକ୍ଟର-୬ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଆଜିଠାରୁ ଉଦ୍‌ଘାଟିତ ହୋଇଛି ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତା।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରାଉରକେଲା ମ୍ୟୁନିସିପାଲ କଲେଜର ମିଳିତ ଆନୁକୂଲ୍ୟରେ ଏହି ପାଞ୍ଚଦିନିଆ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଷ୍ଟାଡିୟମରେ ଚାଲିବ ଏହି ପ୍ରତିଯୋଗିତା।
ଏହି କ୍ରୀଡ଼ା ମହାକୁମ୍ଭରେ ବିଭିନ୍ନ ରାଜ୍ୟରୁ ମୋଟ ୧୬ଟି ବିଶ୍ୱବିଦ୍ୟାଳୟର ମହିଳା ହକି ଦଳ ଅଂଶଗ୍ରହଣ କରିବାକୁ ଥିବାବେଳେ ଇତିମଧ୍ୟରେ ୧୨ଟି ଦଳ ରାଉରକେଲାରେ ପହଞ୍ଚି ସାରିଛନ୍ତି। ଅବଶିଷ୍ଟ ଦଳଗୁଡ଼ିକ ମଧ୍ୟ ଖୁବଶୀଘ୍ର ପହଞ୍ଚିବା ନେଇ ଆଶା ରହିଛି।
ଉଦ୍‌ଘାଟନୀ ଉତ୍ସବରେ ରାଉରକେଲା ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ହରିହର ଦାଶ ଏବଂ କଲେଜର ପୁରାତନ ଛାତ୍ର ସଂଘର ସଭାପତି ସୁନୀଲ କୟାଲ ଅତିଥି ଭାବେ ଯୋଗଦେଇଥିଲେ।
ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ରାଉରକେଲା ଇସ୍ପାତ କାରଖାନା, ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ବିଭାଗର ବିଶେଷ ସହଯୋଗ ରହିଥିବା ଆୟୋଜକମାନେ କହିଛନ୍ତି।
ହକିର ସହର ଭାବେ ପରିଚିତ ରାଉରକେଲାରେ ଏଭଳି ଜାତୀୟସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ ଯୁବ ମହିଳା ଖେଳାଳିମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ଯୋଗାଇଦେବ। ଏଥିସହ ରାଉରକେଲାର କ୍ରୀଡ଼ା ପରିବେଶକୁ ଆହୁରି ସମୃଦ୍ଧ କରିବାରେ ଏହି ପ୍ରତିଯୋଗିତା ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.