ରାଉରକେଲା : ବର୍ଷା ପରେ ସହରର ବିଭିନ୍ନ ଅଞ୍ଚଳର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ।। ୪୦ ଟି ୱାର୍ଡ ବୁଲି ଯାଞ୍ଚ କରୁଛନ୍ତି ଆରଏମସି କମିଶନର

0 59

ରାଉରକେଲାରେ ବର୍ଷା ପରେ ରାସ୍ତାଘାଟର ଦୁରବସ୍ଥା। ସବୁ ୪୦ଟି ୱାର୍ଡରେ ଚାଲିଛି ଯାଞ୍ଚ।
ରାଉରକେଲା : ୪/୧୧
(ସତ୍ୟାନ୍ୟୁଜ) ଲଗାଣ ବର୍ଷା ପରେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ରାସ୍ତାଘାଟର ଅବସ୍ଥା ବେହାଲ ହୋଇପଡ଼ିଛି। ଖରାପ ରାସ୍ତା ଓ ଅଧପନ୍ତରିଆ ଡ୍ରେନ୍ କାମକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଏ ନେଇ ଅଭିଯୋଗ ହେଉଛି।
ଏହାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ କମିଶନର ତଥା ଏଡିଏମ୍ ଦିନା ଦସ୍ତଗିର୍ ସହରର ସମସ୍ତ ୪୦ଟି ୱାର୍ଡରେ ବୁଲି ରାସ୍ତାଘାଟ, ଡ୍ରେନ୍ ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ଯାଞ୍ଚ କରୁଛନ୍ତି।
ଏହି କ୍ରମରେ ଆଜି ସେ ସିଭିଲ୍ ଟାଉନସିପ୍ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ।
ଏଥିସହ ନଷ୍ଟ ହୋଇଥିବା ରାସ୍ତାର ମରାମତି କାମ ତ୍ୱରାନ୍ୱିତ କରିବା ଏବଂ ବାକି ରହିଥିବା ଡ୍ରେନ୍ କାମ ଶୀଘ୍ର ଶେଷ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଏଡିଏମ୍ ନିର୍ଦ୍ଦେଶ ଦେଇଛନ୍ତି।
ବର୍ଷା ପରେ ସୃଷ୍ଟି ହୋଇଥିବା ରାସ୍ତାଘାଟ ଓ ଡ୍ରେନେଜ୍ ସମସ୍ୟାରୁ କେବେ ମିଳିବ ମୁକ୍ତି, ଏବେ ତାହାକୁ ଅପେକ୍ଷା କରିଛନ୍ତି ସହରବାସୀ।

Leave A Reply

Your email address will not be published.