ରାଉରକେଲା : ନିଶାମୁକ୍ତ ଭାରତ ନିର୍ମାଣ ପାଇଁ ରାଉରକେଲା ପୋଲିସ ର ଅଭିଯାନ।। ରିମ୍ସ କଲେଜ୍ ରେ ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ଡିଆଇଜି ଏବଂ ଏସପି।

0 70

ନିଶାମୁକ୍ତ ଭାରତ ଅଭିଯାନ:
ରିମ୍ସ କଲେଜ ରେ ଛାତ୍ରଛାତ୍ରୀଙ୍କୁ ନିଶା ବିରୋଧରେ ସଚେତନ କଲା ପଶ୍ଚିମାଞ୍ଚଳ ପୋଲିସ ।

ରାଉରକେଲା : ୩/୧୧
(ସତ୍ୟାନ୍ୟୁଜ) ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ।
ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ରିମ୍ସ କଲେଜରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୩ ତାରିଖରେ ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଏକଦିବସୀୟ ସଚେତନତା ସେମିନାର ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଉରକେଲା ଏସପି ନୀତେଶ ୱାଧୱାନୀ ମଧ୍ୟ ଉପସ୍ଥିତ ଥିଲେ। ସହରର ବିଭିନ୍ନ କଲେଜର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ସେମିନାରରେ ଭାଗ ନେଇଥିଲେ।
ଏହି ଅବସରରେ ଡିଆଇଜି ବ୍ରିଜେଶ ରାୟ କହିଥିଲେ ଯେ, ନିଶାଦ୍ରବ୍ୟ ସେବନ ଯୁବପିଢ଼ିର ଭବିଷ୍ୟତକୁ ନଷ୍ଟ କରିବା ସହ ପରିବାର ଓ ସମାଜ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ୨୦୨୯ ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ କେବଳ ସରକାର କିମ୍ବା ପୋଲିସର ଉଦ୍ୟମ ଯଥେଷ୍ଟ ନୁହେଁ, ବରଂ ସମାଜର ପ୍ରତ୍ୟେକ ବର୍ଗର ସହଯୋଗ ଆବଶ୍ୟକ। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।
ସେହିପରି ଏସପି ନୀତେଶ ୱାଧୱାନୀ ଛାତ୍ରଛାତ୍ରୀଙ୍କୁ ନିଶା ସେବନର ଶାରୀରିକ, ମାନସିକ ଓ ସାମାଜିକ କୁପ୍ରଭାବ ସମ୍ପର୍କରେ ବୁଝାଇବା ସହ ନିଶାଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ।
ନିଜେ ନିଶାଠାରୁ ଦୂରେଇ ରହିବା ସହ ସାଙ୍ଗସାଥୀ, ପରିବାର ଓ ସମାଜରେ ମଧ୍ୟ ନିଶା ବିରୋଧରେ ସଚେତନତା ସୃଷ୍ଟି କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟକୁ ସଫଳ କରିବା ପାଇଁ ଯୁବପିଢ଼ିଙ୍କ ସକ୍ରିୟ ସହଯୋଗ ଓ ଜନସଚେତନତା ହିଁ ସବୁଠାରୁ ବଡ଼ ଅସ୍ତ୍ର ବୋଲି ଏହି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।

Leave A Reply

Your email address will not be published.