ରାଉରକେଲା : ୩/୧୧
(ସତ୍ୟାନ୍ୟୁଜ) ଏବେ ରାଉରକେଲା ସହରରେ ବାହାର ରାଜ୍ୟର ଅପରାଧୀ ମାନେ ବେଶ୍ ସକ୍ରିୟ ହୋଇ ପଡ଼ିଛନ୍ତି। ସେକ୍ଟର ଅଞ୍ଚଳରୁ ଆରମ୍ଭ କରି ବିଭିନ୍ନ ଆବାସିକ କଲୋନୀ ଅଞ୍ଚଳରେ ଏହି ଦଳ ବେଶ୍ ସକ୍ରିୟ ଅଛନ୍ତି। ୧୯ ନମ୍ୱର୍ ସେକ୍ଟର ଥାନା ଅନ୍ତର୍ଗତ ମୁଣ୍ଡା ମାର୍କେଟ ରେ ଜଣେ ବୟସ୍କା ମହିଳାଙ୍କ ଠାରୁ ପର୍ସ ଛିନତାଇ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକ ଏବଂ ଯୁବତୀଙ୍କୁ ଗିରଫ କରିଛି। ଉଭୟ ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ହୋଇଥିବା ବେଳେ ସମ୍ପର୍କରେ ଦିଅର , ଭାଉଜ ବୋଲି ଜଣା ପଡିଛି। ୨୦ ବର୍ଷୀୟ ଇନ୍ଦ୍ର ଚୌଧୁରୀ ଏବଂ ତାଙ୍କ ଭାଉଜ ୨୨ ବର୍ଷୀୟ ଦୀପା ଚୌଧୁରୀ ୧୬ ନମ୍ୱର୍ ସେକ୍ଟର ଅଞ୍ଚଳର ଏହି ବୃଦ୍ଧା ମହିଳାଙ୍କ ଠାରୁ ପର୍ସ ନେଇ ପଳାଇଥିବା ବେଳେ ପୋଲିସ୍ ସେମାନଙ୍କୁ ରେଳ ଷ୍ଟେସନ୍ ନିକଟରୁ ଧରିଛି। ସେମାନଙ୍କ ଠାରୁ ୩ ହଜାର ଟଙ୍କା ଜବତ କରା ଯାଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରା ଯାଇଛି। ଅନ୍ୟ ଏକ ଘଟଣାରେ ଗତକାଲି ୧୯ ନମ୍ୱର୍ ସେକ୍ତ ଥାନା ପୋଲିସ ଇସ୍ପାତ ମାର୍କେଟ ଅଞ୍ଚଳରୁ ୩ ଜଣ ସନ୍ଦିଗ୍ଧ ଝାଡ଼ଖଣ୍ଡ ର ଯୁବକ ଙ୍କୁ ଅଟକ ରଖି ପଚରାଉଚୁରା କରୁଛନ୍ତି।