କନ୍ଧମାଳ : ଭୟଙ୍କର ଭୂସ୍ଖଳନ।। ଗୋଟିଏ ପରିବାରର ୩ ମୃତ।। ଭୂସ୍ଖଳନ ରେ ୧୨ ନିଖୋଜ।। ଖୋଜିବାରେ ନୌସେନା ହେଲିକପ୍ଟର ନିୟୋଜିତ।
କନ୍ଧମାଳ: ୩୧/୧୦
(ସତ୍ୟାନ୍ୟୁଜ) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଡାଙ୍ଗେସି ଗାଁରେ ଭୟଙ୍କର ଭୂସ୍ଖଳନ। ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର, ମାଟି ତଳେ ପୋତି ହୋଇଗଲା ପୂରା ଗାଁ। ଏହି ଭୟଙ୍କର ବିପର୍ଯ୍ୟୟରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଥିବାବେଳେ ଅଳ୍ପକେ ବର୍ତ୍ତିଗଲେ ୬୦ ବର୍ଷୀୟା ସୁମିତ୍ରା ପ୍ରଧାନ ଓ ତାଙ୍କ ପୁଅ ଦତ୍ତ ପ୍ରଧାନ।
ଅନ୍ୟପକ୍ଷରେ ଭୂସ୍ଖଳନ ଯୋଗୁଁ ୧୨ ଜଣ ଗାଁ ଲୋକେ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବାକୁ ନୌସେନା ର ହେଲିକପ୍ଟର ବ୍ୟବହାର କରା ଯିବା ନେଇ ସୂଚନା ମିଳିଛି।
ଏହାଛଡା ଆଉ ଗୋଟିଏ ବାତ୍ୟା ଆସୁଥିବାର ସୂଚନା ମିଳିଥିବାରୁ ଏବଂ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବାର ପୂର୍ବାନୁମାନ କରାଯାଉଥିବାରୁ ଲୋକେ ଆତଙ୍କିତ ଅଛନ୍ତି।
ବଙ୍ଗୋପସାଗର ରେ ଅବପାତ ସୃଷ୍ଟି ହୋଇଥିବାରୁ ନଭେମ୍ବର ୩ ଏଵଂ ୪ ତାରିଖରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।