ଗଞ୍ଜାମ : ବାତ୍ୟା ଅର୍ଣ୍ଣବ ବେଳେ ମେଡିକାଲ ରେ ୭ ଶିଶୁଙ୍କ ଜନ୍ମ।। ୬ ଝିଅ ଗୋଟିଏ ପୁଅ।। ପୁଅର ନାମ ରଖାଗଲା ‘ ଅର୍ଣ୍ଣବ ‘

0 73

ବାତ୍ୟା ‘ଅର୍ଣ୍ଣବ’ ବେଳେ ଆସିକା ମେଡିକାଲରେ ୭ ଶିଶୁଙ୍କ ଜନ୍ମ। ପୁଅର ନାଁ ରଖାଗଲା ‘ଅର୍ଣ୍ଣବ’
ଗଞ୍ଜାମ, ଅକ୍ଟୋବର ୨୯ (ସତ୍ୟାନ୍ୟୁଜ):
ବାହାରେ ବାତ୍ୟାର ତାଣ୍ଡବ, ପ୍ରବଳ ବର୍ଷା ଓ ପବନର ପ୍ରକୋପ। ଆଉ ଏପଟେ ଡାକ୍ତରଖାନାରେ ଶୁଭିଲା ନବଜାତ ଶିଶୁଙ୍କ କୁଆଁ କୁଆଁ ରାବ! ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଆସିକା ମେଡିକାଲରେ ଜନ୍ମ ନେଇଛନ୍ତି ୭ ଜଣ ଶିଶୁ। ଏଥିରେ ୬ ଜଣ କନ୍ୟା ସନ୍ତାନ ହୋଇଥିବା ବେଳେ ଜଣେ ପୁତ୍ର ସନ୍ତାନ ରହିଛନ୍ତି।
ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତକାଲି ଆସିକା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୧୬ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳରେ ସ୍ଥଳଭାଗ ଛୁଇଁବା ସହ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ଜାରି ରହିଥିଲା।
ଏହି ୭ ନବଜାତଙ୍କ ମଧ୍ୟରୁ ବାହାଗୁଡ଼ା ଗ୍ରାମର ସୋନାଲି ସେଠୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବାତ୍ୟାର ଏହି ସମୟରେ ପୁଅ ଜନ୍ମ ହୋଇଥିବାରୁ ପରିବାର ଲୋକେ ତା’ର ନାମ ‘ଅର୍ଣ୍ଣବ’ ରଖିଛନ୍ତି। ନବଜାତ ପୁତ୍ର ସନ୍ତାନର ଆଗମନରେ ପରିବାରରେ ଖୁସିର ମାହୋଲ ଖେଳିଯାଇଛି।
ବାତ୍ୟାର ଭୟ ଓ ପ୍ରତିକୂଳ ପାଗ ମଧ୍ୟରେ ନୂଆ ଜୀବନର ଆଗମନ ପରିବାର ପାଇଁ ଆଣିଦେଇଛି ଖୁସିର ମୁହୂର୍ତ୍ତ। ବାତ୍ୟାର ନାମ ସହ ନବଜାତ ଶିଶୁର ନାମ ଯୋଡ଼ି ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସତ୍ୟାନ୍ୟୁଜ ଆଲର୍ଟ | ଗଞ୍ଜାମ

Leave A Reply

Your email address will not be published.