ରାଉରକେଲା : ସାଇକ୍ଲୋନ୍ ଅର୍ଣ୍ଣବ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ବନ୍ୟା ସ୍ଥିତି।। ଗଞ୍ଜାମ ଜିଲ୍ଲାରେ ଫସି ରହିଥିବା ୧୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଏଆର ଲିଫ୍ଟ କରାଯିବ।

0 67

ରାଉରକେଲା:୨୯/୧୦
(ସତ୍ୟାନ୍ୟୁଜ) ବାତ୍ୟା ଅର୍ଣ୍ଣବ ର ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ବେଳେ କେତେକ ଜିଲ୍ଲାରେ ବନ୍ୟା ର ପ୍ରଭାବ ମଧ୍ୟ ଦେଖା ଯାଉଛି। ଦକ୍ଷିଣ ଓଡ଼ିଶା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ଗାଁ ଏବଂ ସହରରେ ବନ୍ୟା ଜଳ ପଶି ଯିବାରୁ ନାହିଁ ନଥିବା ଅବସ୍ଥା ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାରେ ୧୨୦ ରୁ ଉର୍ଦ୍ଧ୍ବ ଲୋକ ପାଣି ଘେରରେ ଫସି ଥିବାରୁ ସେମାନଙ୍କୁ ଏଆର ଲିଫ୍ଟ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି ।
ସାଇକ୍ଲୋନ୍ ଅର୍ଣ୍ଣବର ପ୍ରଭାବକୁ ନେଇ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଆଲୋଚନା ସମୟରେ ସେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟାର ପ୍ରଭାବ, ପ୍ରଭାବିତ ଜିଲ୍ଲାଗୁଡ଼ିକର ବର୍ତ୍ତମାନର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ବାତ୍ୟା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ଉପରେ ନଜର ରଖିବା ସହ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି
ସାଇକ୍ଲୋନ୍ ଅର୍ଣ୍ଣବ ର ପ୍ରଭାବରେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆକଳନ କରା ଯାଉଛି।

Leave A Reply

Your email address will not be published.