ରାଉରକେଲା : କୁପୋଷଣ ର ଶିକାର ପିଲା ମାନଙ୍କ ମଧ୍ୟରେ ଖେଳନା ବଣ୍ଟନ କଲେ ସାଂସଦ ପ୍ରତିନିଧି। ଆରଜିଏଚ ପୋଷଣ ପୁନର୍ବାସ କେନ୍ଦ୍ର ରେ କଲେ ବଣ୍ଟନ।
ରାଉରକେଲା: ୨୮/୧୦
(ସତ୍ୟାନ୍ୟୁଜ) ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଏବେ ଏକ ସାଧାରଣ ଘଟଣା ହୋଇ ଗଲାଣି। ଯେଉଁ ମାନେ ଖାଦ୍ୟରେ ସଠିକ୍ ଭାବେ ପ୍ରୋଟିନ୍ ଗ୍ରହଣ କରୁ ନାହାନ୍ତି ସେମାନେ କୁପୋଷଣ ର ଶିକାର ହେଉଛନ୍ତି। ଏହି ସମସ୍ୟା ଦୂର କରିବାକୁ ରାଉରକେଲା ସରକାରୀ ହସ୍ପିଟାଲରେ ରହିଛି ପୋଷଣ ପୁନର୍ବାସ କେନ୍ଦ୍ର। ଏଠାରେ ପୁଷ୍ଟିହୀନତାର ଶିକାର।ପିଲା ମାନଙ୍କୁ ରଖାଯାଇ ଯତ୍ନ ନିଆ ଯାଇ ଥାଏ।
ଏହି ପିଲାମାନଙ୍କ ଶାରୀରିକ ପୋଷଣ ପୂର୍ଣ୍ଣତା କିପରି ହେବ ତାହା ଡାକ୍ତର ଦେଖୁଥିବା ବେଳେ ଏକ ସଂସ୍ଥା ସେମାନଙ୍କ ମାନସିକ ବିକାଶ ଉପରେ ଗୁରୁତ୍ୱ ଦେଇଛି। ସ୍ମାଇଲ୍ ଫର୍ ଏଭର ସଂସ୍ଥାପକ ତଥା ସାଂସଦ ଦିଲ୍ଲୀପ ରାୟଙ୍କ ସରକାରୀ ଡାକ୍ତରଖାନା ପ୍ରତିନିଧି ସନ୍ତୋଷ ବିଶ୍ୱାଳ ଙ୍କ ଉଦ୍ୟମରେ ଏହି ପିଲା ମାନଙ୍କୁ ଆଜି ବିଭିନ୍ନ ପ୍ରକାର ଖେଳନା ବଣ୍ଟନ କରା ଯାଇଛି। ଏହା ସହ ଖାତା ପେନ୍ସିଲ୍ ଆଦି ମଧ୍ୟ ଦିଆ ଯାଇଛି। ଏହା ଦ୍ୱାରା ପିଲାଙ୍କ ମାନସିକ ସ୍ତରରେ ମଧ୍ୟ ଉନ୍ନତି ବୃଦ୍ଧି ଘଟିବା ନେଇ ଆଶା କରା ଯାଉଛି। ପିଲା ମାନେ ମଧ୍ୟ ଖେଳନା ସାମଗ୍ରୀ।ପାଇ ବେଶ୍ ଖୁସି ଅଛନ୍ତି।