ମୟୁରଭଞ୍ଜ: ବାରିପଦା ରୁ ଅପହୃତ ୪ ବର୍ଷର ଶିଶୁ କନ୍ୟା ଉଦ୍ଧାର।। ଅଭିଯୁକ୍ତ ଗିରଫ।

0 78

ବାରିପଦା : ୨୬/୧୦
(ସତ୍ୟାନ୍ୟୁଜ) ଡାକ୍ତର କହିଥିଲେ, ମୁଁ କେବେ ବାପା ହୋଇ ପାରିବିନି। ବଂଶ ରକ୍ଷା କରିବା ପାଇଁ ଛୁଆ ଚୋରି କରିଥିଲି। ଜଣେ ୪ ବର୍ଷର ଶିଶୁକନ୍ୟାକୁ ଅପହରଣ କରିବା ଅଭିଯୋଗରେ ଗିରଫ ଯୁବକଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା।

ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲା ଝାଡ଼ିଗଡ଼ା ଗାଁର ହରେକୃଷ୍ଣ ଘୋଷ ଓରଫ କୃଷ୍ଣ।
ସୂଚନା ଅନୁସାରେ, ବାରିପଦାର ଭଞ୍ଜପୁର ଷ୍ଟେସନ ନିକଟ ଜମୁନାଦେଇପୁର ସାହିରେ ଗତକାଲି ମା’ଙ୍କ ସହ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା ୪ ବର୍ଷର ଶିଶୁକନ୍ୟା। ଅଭିଯୋଗ ଅନୁଯାୟୀ, ହରେକୃଷ୍ଣ ସାଇକେଲରେ ଶିଶୁଟିକୁ ବସାଇ ମୁରୁଗାବାଡ଼ି ଦେଇ ପଶ୍ଚିମବଙ୍ଗର ଝାଡ଼ିଗଡ଼ା ଗାଁକୁ ନେଇଯାଇଥିଲେ।
ତେବେ ଶିଶୁଟିକୁ ଚୋରି କରି ଅଣା ଯାଇଥିବା ଜାଣି ଅଭିଯୁକ୍ତଙ୍କ ପରିବାର ଲୋକେ ଚିନ୍ତା ପ୍ରକାଶ କରିଥିଲେ। ପରିବାର ଲୋକଙ୍କ ବୁଝାସୁଝା ପରେ ଅଭିଯୁକ୍ତଙ୍କ ମନ ବଦଳିଥିଲା। ଆଜି ସକାଳେ ସେ ପୁଣି ଶିଶୁକନ୍ୟାକୁ ସାଇକେଲରେ ବସାଇ ଜମୁନାଦେଇପୁର ଆଣିଥିଲେ।
ସେଠାରେ ଶିଶୁଟିକୁ ଛାଡ଼ି ପଳାଉଥିବା ବେଳେ କିଛି ସଫେଇ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ସେମାନେ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଇଥିଲେ।
ପୁଲିସର ସୂଚନା ଅନୁଯାୟୀ, ହରେକୃଷ୍ଣ ପୂର୍ବରୁ ବାରିପଦାର ଏକ ଇଲେକ୍ଟ୍ରିକାଲ ଦୋକାନରେ କାମ କରୁଥିଲେ ଏବଂ ଜମୁନାଦେଇପୁର ରେ ଭଡ଼ାରେ ରହୁଥିଲେ।
ଅନ୍ୟପଟେ, ଶିଶୁକନ୍ୟା ସୁରକ୍ଷିତ ଭାବେ ଘରକୁ ଫେରିଥିବାରୁ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.